Below header

ପୁଣିଥରେ ନିଜ ଟିମ୍‌ରେ ଜଣେ ଭାରତୀୟଙ୍କୁ ସାମିଲ କଲେ ବାଇଡେନ୍‌, କମଳା ହ୍ୟାରିସଙ୍କ ପ୍ରେସ୍‌ ସଚିବ ଭାବେ ସବରୀନା ସିଂହ ନିଯୁକ୍ତ

ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ ଭାରତୀୟ ବଂଶୋଦ୍ଭବ ସବରୀନା ସିଂହଙ୍କୁ ନିଜ ପ୍ରେସ୍‌ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସବରୀନା ଉପରାଷ୍ଟ୍ରପତିଙ୍କ ପାଇଁ ହ୍ଵାଇଟ୍‌ ହାଉସ୍‌ରେ ପ୍ରେସ୍‌ ସଚିବ ଭାବେ ସେବା ଯୋଗାଇବେ। ଏନେଇ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ନବନିର୍ବାଚିତ ଉପ-ରାଷ୍ଟ୍ରପତି କମଳା ହ୍ୟାରିସ୍‌ଙ୍କ ଦଳ ଘୋଷଣା କରିଛି। ସେ ପୂର୍ବରୁ ମଧ୍ୟ ବାଇଡେନ୍‌-ହ୍ୟାରିସ୍‌ଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନ ବେଳେ କମଳା ହ୍ୟାରିସଙ୍କ ପ୍ରେସ୍‌ ସଚିବ ଥିଲେ।

ସୂଚନାଯୋଗ୍ୟ ଯେ ସବରୀନା ସିଂହ ଜଣେ ଭାରତୀୟ ବଂଶୋଦ୍ଭବ ଓ ତାଙ୍କ ବାପା ଆମେରିକାରେ ମହାଜନୀ କାମ କରୁଥିଲେ। ସବରୀନା ମାଇକ ବ୍ଲୁମବର୍ଗର ରାଷ୍ଟ୍ରପତି ଅଭିଯାନ ପାଇଁ ବରିଷ୍ଠ ପ୍ରବକ୍ତା ଓ କୋରୀ ବୁକରର ରାଷ୍ଟ୍ରପତି ଅଭିଯାନ ପାଇଁ ଜାତୀୟ ପ୍ରେସ୍‌ ସଚିବ ଭାବେ କାମ କରିଛନ୍ତି। ସେ ପୂର୍ବରୁ ଡେମୋକ୍ରେଟିକ୍‌ ନ୍ୟାସନାଲ କମିଟି ପାଇଁ ଡେପୁଟି କମ୍ୟୁନିକେସନ୍‌ ଡାଇରେକ୍ଟର, ଆମେରିକାନ୍‌ ବ୍ରିଜ୍‌ର ଟ୍ରମ୍ପ ଓ୍ଵାର ରୁମ୍‌ର ପ୍ରବକ୍ତା ଓ ହେଲେରୀ କ୍ଲିଣ୍ଟନ୍‌ଙ୍କ ୨୦୧୬ ରାଷ୍ଟ୍ରପତି ଅଭିଯାନରେ କ୍ଷେତ୍ରୀୟ ସଞ୍ଚାର ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି।

ସତ୍ତା ହସ୍ତାନ୍ତରଣ ଦଳ ତରଫରୁ କୁହାଯାଇଛି ଏହି ନିଯୁକ୍ତିରୁ ଜଣାପଡ଼ୁଛି ଯେ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ଏକ ପ୍ରଶାସନର ନିର୍ମାଣ କରୁଛନ୍ତି, ଯାହା ଆମେରିକା ଭଳି ଦୃଶ୍ୟମାନ ହେବା ସହ ଲୋକଙ୍କୁ ମଧ୍ୟ ସେବା ଯୋଗାଇବ। ପ୍ରକାଶ ଯେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.