Below header

ପିଓକେକୁ ଭାରତର ଅଂଶ କରିବାକୁ ସେନା ପ୍ରସ୍ତୁତ: ବିପିନ୍‌ ରାଓ୍ଵତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଏଜେଣ୍ଡା ସମ୍ପର୍କରେ ସେନା ଅଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ଵତ ମୁହଁ ଖୋଲିଛନ୍ତି। ଶ୍ରୀ ରାଓ୍ଵତ୍‌ କହିଛନ୍ତି ଯେ ଏଭଳି ସମ୍ବେଦନଶୀଳ ମାମଲା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦେଶର ସେନା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ। ସରକାର ଯାହା ନିର୍ଦ୍ଦେଶ ଦେବେ ଆମେ ପାଳନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ରାଓ୍ଵତ୍‌ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର କହିଛନ୍ତି ଯେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ଜମ୍ମୁ-କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ଅନ୍ୟତମ ଏବଂ ପରବର୍ତ୍ତୀ ଉପଲବ୍ଧି ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ ଭାରତର ଅଭିନ୍ନ ଅଂଶ କରିବା। ଏହା କେବଳ ମୋର ବା ମୋ ଦଳର ପ୍ରତିବଦ୍ଧତା ନୁହେଁ, ୧୯୯୪ ମସିହାରେ ପି ବି ନରସିଂହ ରାଓଙ୍କ କଂଗ୍ରେସ ସରକାର ମଧ୍ୟ ଏହି ସଂକଳ୍ପ ପାରିତ କରିଥିଲା।

ଏହାସହ ପଢନ୍ତୁ: ଦୁବାଇରେ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ସ୍ୱାମୀ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.