ଅଣ୍ଡରଟେକରଙ୍କୁ ଅଣ୍ଡରଏଷ୍ଟିମେଟ୍‌ କରିବା ପଡ଼ିଲା ମହଙ୍ଗା, ଦେଖନ୍ତୁ କେମିତି ପହିଲିମାନ୍‌କୁ ନିଜ ଅନ୍ଦାଜରେ କଚାଡ଼ିଲେ ଡେଡ୍‌ମ୍ୟାନ୍‌

ନୂଆଦିଲ୍ଲୀ: ଡବ୍ଲ୍ୟୁଡବ୍ଲ୍ୟୁଇର ସବୁଠାରୁ ଦୁର୍ଦ୍ଦାନ୍ତ ଫାଇଟର ଡେଡ୍‌ମ୍ୟାନ ଓରଫ ଅଣ୍ଡରଟେକର ଦୀର୍ଘ ଦିନ ବ୍ୟବଧାନରେ ପୁଣିଥରେ ରିଙ୍ଗ୍‌କୁ ଓହ୍ଲାଇଛନ୍ତି। ଏ ଅବସରରେ WWE ର ସ୍ମେକଡାଉନ୍‌ ଭିଡ଼ିଓ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢନ୍ତୁ: ଝିଅ ଜିଭା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସୁଇମିଂପୁଲରେ ଧୋନି, ଭାଇରାଲ ହେଲା ଫଟୋ

ଭିଡ଼ିଓରେ ଅଣ୍ଡରଟେକର ରିଙ୍ଗ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେଠାକୁ ପହିଲିମାନ୍‌ ସେମି ଜୈନ୍‌ ଆସି ଅଣ୍ଡରଟେକରଙ୍କୁ ରିଙ୍ଗ୍‌ରୁ ବାହାରକୁ ଯିବାକୁ କହୁଛନ୍ତି। ଏବେ ସେ WWE ରୁ ଦୂରେଇ ଯାଇଛନ୍ତି, ତେଣୁ ରିଙ୍ଗ୍‌ରେ ଆଉ ତାଙ୍କର କୌଣସି କାମ ନାହିଁ ବୋଲି ଜୈନ୍‌ ଅଣ୍ଡରଟେକରକୁ ତାତ୍ସଲ୍ୟ କରି କହୁଛନ୍ତି। ଏହା ଶୁଣି ଅଣ୍ଡରଟେକର ଚୁପ୍‌ଚାପ ରିଙ୍ଗ୍‌ରୁ ବାହାରିଯିବା ପରେ ଜୈନ୍‌ ଅତି ଉତ୍ସାହିତ ହୋଇ ଅଣ୍ଡରଟେକ୍‌ଙ୍କ ମଜାକ୍‌ ଉଡ଼ାଉଥିବା ଦେଖିବାକୁ ମିଳିଛି। ଏହା ଦେଖି ଅଣ୍ଡରଟେକର ରାଗି ଯାଇ ପୁଣି ଥରେ ରିଙ୍ଗ୍‌କୁ ଆସି ଜୈନଙ୍କୁ ନିଜ ଅନ୍ଦାଜରେ ଟେକି କଚାଡ଼ି ଦେଇଛନ୍ତି।

WWE ତରଫରୁ ଏହି ଭିଡ଼ିଓକୁ ଟ୍ଵିଟରରେ ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.