ଜେଲରେ କଏଦୀଙ୍କ ପାଇଁ ଉପଲବ୍ଧ ହେବ ‘କଏଦୀ କଲିଂ’ ସୁବିଧା, ସମ୍ପର୍କୀୟ ଏବଂ ଓକିଲଙ୍କ ସହ ମାତ୍ର ଏତିକି ସମୟ ହୋଇପାରିବେ କଥା

ଜମ୍ମୁ ଏବଂ କଶ୍ମୀର କାରାଗାର ପୋଲିସ ମହାନିର୍ଦ୍ଦେଶକ ବି.କେ. ସିଂ କହିଛନ୍ତି କି, ଖୁବ୍‌ଶୀଘ୍ର କଏଦୀମାନଙ୍କ ପାଖରେ ‘କଏଦୀ କଲିଙ୍ଗ୍‌’ ସୁବିଧା ଉପଲବ୍ଧ ହେବ, ଯାହା ଫଳରେ ସେମାନେ ନିଜ ସମ୍ପର୍କୀୟ ଓ ଓକିଲଙ୍କ ସହ କଥା ହୋଇପାରିବେ। ଜମ୍ମୁରେ ଥିବା ଜେଲ ଅଧିକ୍ଷୀକମାନଙ୍କ ଏକ ସମ୍ମେଳନରେ ସିଂ କହିଥିଲେ, ଯେଉଁମାନେ ଜଘନ୍ୟ ଅପରାଧ କରି ଜେଲରେ ବନ୍ଦୀ ଅଛନ୍ତି, ସେମାନଙ୍କୁ ଏହି ସୁବିଧା ମିଳିପାରିବ ନାହିଁ। ଜେଲରେ ର୍ଦୁବ୍ୟବହାର କରୁଥିଲେ ବି ସୁବିଧା ପାଇପାରିବେ ନାହିଁ।

ସେ ଆହୁରି କହିଥିଲେ ଯେ ‘କଏଦୀ କଲିଙ୍ଗ୍‌’ ସୁବିଧା ଶ୍ରୀନଗର କେନ୍ଦ୍ରୀୟ କାରାଗାର ଏବଂ କୋଟଭଲବାଲ୍‌ ଜମ୍ମୁ ବ୍ୟତୀତ ସ୍ଥାନୀୟ ଜିଲା ଜେଲରେ ଆରମ୍ଭ ହେବ। ଏହା ଅଧୀନରେ କଏଦୀମାନେ ଚୟନ ହୋଇଥିବା ଦିନରେ ନିଜ ସମ୍ପର୍କୀୟଙ୍କ ସହିତ ମାତ୍ର ୫ ମିନିଟ୍‌ କଥା ହୋଇପାରିବେ। ବିଭାଗ ଜେଲରେ କ୍ୟାବିନ୍‌ ଏବଂ ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର ତିଆରି କରି ଦେଖା କରିବା ସ୍ଥାନକୁ ସୁଧାରୁଛି। ଜେଲରେ ବ୍ୟବସାୟିକ ଏବଂ ଶୈକ୍ଷିକ କୌଶଳ ଶିଖିବାରେ ସୁଧାର ଆଣିବା ଛଡ଼ା ସୁରକ୍ଷା ତଥା ଅନୁଶାସନକୁ ଜାରି ରଖିବା ପାଇଁ ସିଂ ପରାମର୍ଶ ଦେଇଥିଲେ। ଜେଲ କର୍ମଚାରୀମାନଙ୍କ କଲ୍ୟାଣ, ପ୍ରଶିକ୍ଷଣ ଏବଂ ସେମାନଙ୍କ ବିକାଶ ଉପରେ ଧ୍ୟାନ ଦିଆଯାଉଥିବା ସିଂ କହିଥିଲେ।