ଦୁବାଇରେ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ସ୍ୱାମୀ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଦୁବାଇ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ ଘଟଣା। ପ୍ରାୟ ସମସ୍ତଙ୍କ ଘରେ ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ମନାନ୍ତର ହୋଇଥାଏ। ଯାହା ପରେ ସମାଧାନ ହୋଇଥାଏ ଓ ପୂର୍ବ ଭଳି ସ୍ୱାମୀ ସ୍ତ୍ରୀ ସଂସାରକୁ ଆଗେଇ ନେଇଥାନ୍ତି। ମାତ୍ର ଦୁବାଇରେ ପତିପତ୍ନୀଙ୍କ ଝଗଡ଼ା ହେବାରୁ ସ୍ୱୀମୀ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିଥିବା ଜଣାଯାଇଛି।

ଏହାସହ ପଢନ୍ତୁ: ମୋବାଇଲରେ ଗପି ଗପି ସାପ ଉପରେ ବସିଗଲେ ମହିଳା, ଜାଣନ୍ତୁ ପରେ ହେଲା କଣ

ରିପୋର୍ଟ ମୁତାବକ, ୪୩ ବର୍ଷୀୟ ୟୁସି ୟୁଏଇର ଅଲକୋଜର ଏକ କାର ପାର୍କିଂସ୍ଥଳର ପତ୍ନୀ ସି.ବିଦ୍ୟା ଚନ୍ଦ୍ରନ(୩୯)ଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ୟୁସିଙ୍କୁ ଗିରଫ କରିଛି। ଦମ୍ପତିଙ୍କର ୧୬ ବର୍ଷ ଓ ୫ ବର୍ଷର ଦୁଇଟି ପିଲା ମୃତାଙ୍କ ମା’ବାପାଙ୍କ ପାଖରେ କେରଳରେ ରହୁଛନ୍ତି।

ଘଟଣା ସମ୍ପର୍କରେ ମୃତ ବିଦ୍ୟାଙ୍କ ଭାଇ ବିନୟ କହିଛନ୍ତି ଯେ ଭଉଣୀର ମୃତ୍ୟୁ ଖବରକୁ ମୁଁ ଏବେ ବି ବିଶ୍ୱାସ କରିପାରୁନି। ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା କିନ୍ତୁ ଭିଣୋଇ ଯେ ଭଉଣୀକୁ ଜୀବନରୁ ମାରିଦେବେ ତାହା ଆମେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲୁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପଡ଼ୁନଥିବାରୁ ପିଲାଙ୍କୁ ଆମେ ନେଇ ଆସିଥିଲୁ ବୋଲି ବିନୟ କହିଛନ୍ତି। ଭିଣୋଇ ଋଣଭାରରେ ବୁଡ଼ି ରହିଥିବାରୁ ରାଗରେ ମୋ ଭଉଣୀକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ବିନୟ। ସେ କହିଛନ୍ତି ଯେ ଓନାମ୍‌ ପାଇଁ ବିଦ୍ୟା ଭାରତ ଆସିବେ ବୋଲି ଦୁଇ ଦିନ ତଳେ ଜଣାଇଥିଲେ। କିନ୍ତୁ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ପୂର୍ବରୁ ମଧ୍ୟ ଭିଣୋଇଙ୍କ ବିରୋଧରେ ବିଦ୍ୟା ବଧୂ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ସେତେବେଳେ ପରସ୍ପର ବୁଝାମଣା ପରେ ମାମଲା ଶାନ୍ତ ହୋଇଥିଲା ବୋଲି ବିନୟ କହିଛନ୍ତି।