ଏହି ସିଙ୍ଗର ଜଣକ କଲେ ଏମିତି ଟୁଇଟ୍, ଏବେ ଜୀବନସାରା ମାଗଣାରେ ଖାଇବେ ଚିକେନ ସ୍ୟାଣ୍ଡିଓ୍ଵିଚ୍
କେହି ଏତେ ଭାଗ୍ୟଶାଳୀ ହୋଇ ନ ଥାଆନ୍ତି କି, ତାଙ୍କୁ କେବଳ ଏକ ଟୁଇଟ୍ କରିବାରେ ଜୀବନସାରା ମିଳିଯିବ ମାଗଣା ଭୋଜନ। ତାହା ପୁଣି ଚିକେନ୍ ସ୍ୟାଣ୍ଡଓ୍ଵିଚ୍। କିନ୍ତୁ ହଁ, ଆମେରିକାରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେରିକାର ଜଣେ ଯୁବତୀଙ୍କୁ କଲମ୍ବିଆର ଏକ ରେଷ୍ଟୁରାଣ୍ଟ ଖାଦ୍ୟ ଏତେ ଭଲ ଲାଗିଥିଲା ଯେ, ତାହା ବିଷୟରେ ସେ ଟୁଇଟ୍ କରି ପ୍ରଶଂସା କରିଥିଲେ। ଆଉ ଏହାପରେ ତାଙ୍କ ଭାଗ୍ୟ ପୂରା ଖୋଲିଯାଇଥିଲା। ଏହି ଟୁଇଟ୍କୁ ୨୪ ବର୍ଷୀୟା ଗାୟିକା ବ୍ରୀ ହାଲ କରିଥିଲେ, ଯାହାଙ୍କ ଷ୍ଟେଜ୍ ନାଁ ହେଉଛି ‘ଲା ହାରା’।
ଏହି ଟୁଇଟ୍ ପରେ ରୋମିଙ୍ଗ୍ ରୋଷ୍ଟର ନାମକ ସେହି ରେଷ୍ଟୁରାଣ୍ଟର ବ୍ୟବସାୟ ଢେର୍ ବଢ଼ିଯାଇଥିଲା। ଆଉ ରେଷ୍ଟୁରାଣ୍ଟର ଫ୍ରାଏଡ୍ ଚିକେନ୍ ସ୍ୟାଣ୍ଡଓ୍ଵିଚ୍ ଖାଇବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଗାୟିକା ବ୍ରୀ ହାଲ ନିଜ ଟୁଇଟରେ ଲେଖିଥିଲେ, ‘ଯଦି ଆପଣ ଡିଏମ୍ଭି ଏରିଆରେ ରହୁଛନ୍ତି, ତା’ହେଲେ ରୋମିଙ୍ଗ ରୋଷ୍ଟରର ଖାଇବା ନିଶ୍ଚୟ ଚାଖନ୍ତୁ’। ତେବେ ଟୁଇଟ୍ ଦେଖି ରେଷ୍ଟୁରାଣ୍ଟର ମାଲିକ ମାଇକେଲ ହେବଟେମରିୟମ୍ କଥା ଦେଇଛନ୍ତି କି, ‘ତାଙ୍କ ରେଷ୍ଟୁରାଣ୍ଟରେ ହାଲଙ୍କୁ କେବେ ବି ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି’। ୩୧ ଅଗଷ୍ଟରେ ହାଲ ଆଉ ଏକ ଟୁଇଟରେ ଲେଖିଥିଲେ, ‘ମାଇକେଲ ମୋତେ ଆଜି ରାତିରେ ଫୋନ୍ କରି ହୃଦୟରୁ ଧନ୍ୟବାଦ ଦେଇଛନ୍ତି’। ତାଙ୍କର କେତେଜଣ ଫଲୋୟର ମଧ୍ୟ କହିଛନ୍ତି କି, ରେଷ୍ଟୁରାଣ୍ଟର ଖାଇବା ବହୁତ ସ୍ୱାଦିଷ୍ଟ ଲାଗିଥାଏ।
While Popeyes is cool and all if you live in the DMV area you should check out Roaming Rooster in DC. It’s Black owned, and the founder Mike is Ethiopian born. He grew the family business from a food truck and has always been kind pic.twitter.com/kxS40kETlc
— LA HARA (Breaker of Combs) (@BriHallOfficial) August 26, 2019