ଜୟାଙ୍କ ପୂର୍ବରୁ ଦିଲ୍ଲୀର ଏହି ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଅମିତାଭ ବଚ୍ଚନ, ବସରେ ଘଣ୍ଟା ଘଣ୍ଟା ଧରି କରୁଥିଲେ ଅପେକ୍ଷା
ଏବେ ଏବେ ଅମିତାଭ ବଚ୍ଚନଙ୍କ ଜୀବନରେ ଅନେକ ଗୋପନ ଖୋଲୁଛି। ଲୋକପ୍ରିୟ ଟିଭି କ୍ୱିଜ୍ ଶୋ କୌନ ବନେଗା କରୋଡପତିର ହୋଷ୍ଟ କରିବା ସମୟରେ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା ସମୟରେ ତାଙ୍କୁ ତାଙ୍କ ଜୀବନରେ ଅନେକ ବହୁତ ମଜାଦାର ମୁହୂର୍ତ୍ତ ମନେ ପଡିଲା। ଗତ ଏପିସୋଡରେ ଅମିତାଭ ଏକ ତାଙ୍କର ଏକ ରାଜ୍ ଖୋଲିଥିଲେ। ସେ କହିଥିଲେ ଦିଲ୍ଲୀରେ ପଢ଼ୁଥିବା ସମୟରେ ଡିଟିସି ବସରେ ତାଙ୍କୁ ଏକ ଝିଅ ବହୁତ ପସନ୍ଦ ଆସିଯାଇଥିଲା।
ଅମିତାଭ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କିରୋଡିମଲ କଲେଜରେ ପଢ଼ୁଥିଲେ। ଏହି ସମୟରେ ସେ ଡିଟିସି ବସରେ ଯାତ୍ରା କରୁଥିଲେ। ଏହି ସମୟରେ ସେ ଏକ ଝିଅକୁ ପ୍ରତିଦିନ ବସରେ ଦେଖିବାକୁ ପାଉଥିଲେ। ଅମିତାଭ କହିଥିଲେ ଯେ ଡିଟିସି ବସକୁ ସେତେବେଳେ ଲୋକମାନେ ବହୁତ ଅପେକ୍ଷା କରୁଥିଲେ କାରଣ ବହୁତ ସୁନ୍ଦରୀ ଯୁବତୀ ଏବଂ ମହିଳା ବସରେ ଚଢ଼ୁଥିଲେ।
ଏହାସହ ପଢନ୍ତୁ : ଘରେ ବସି ଆପଣଙ୍କୁ ମଧ୍ୟ ମିଳିପାରେ କେବିସି ହଟସିଟରେ ବସିବାର ସୁଯୋଗ, ଜିତି ପାରିବେ କ୍ୟାସ୍ ପ୍ରାଇଜ୍
ଅନ୍ୟ କଲେଜ ଝିଅ ମାନେ ମଧ୍ୟ ବସରେ ଯାତ୍ରା କରୁଥିଲେ। ଏହି ସମୟରେ ଜଣେ ଯୁବତୀ ଅମିତାଭଙ୍କୁ ବହୁତ ଭଲ ଲାଗିଥିଲେ। ଏହି ସମୟରେ ସେ ସେହି ଯୁବତୀଙ୍କୁ ତାଙ୍କ ମନର କଥା କହିପାରିନଥିଲେ। କିନ୍ତୁ ପରେ ହଠାତ୍ ଯେତେବେଳେ ତାଙ୍କ ସହିତ ଭେଟ ହୋଇଗଲା ସେତେବେଳେ ସେ ତାଙ୍କ ମନର କଥା କହିଥିଲେ।