Below header

କଣ ସତରେ ହିମାଳୟରେ ଲୁଚି ରହିଛନ୍ତି ତୁଷାର ମାନବ? ଟ୍ବିଟରରେ ବିଶାଳକାୟ ପାଦ ଚିହ୍ନର ଫଟୋ ସେୟାର କଲେ ସେନା

ଭାରତୀୟ ସେନା ହିମାଳୟର ବରଫ ଉପରେ ଦେଖାଯାଉଥିବା ଏପରି କିଛି ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ତୁଷାର ମାନବ ବା ବରଫ ମାନବର ପାଦ ଚିହ୍ନ ବୋଲି ଦାବି କରାଯାଉଛି। ଗତ ୯ ଏପ୍ରିଲରେ ମକାଲୁ ବେସ କ୍ୟାମ୍ପ ନିକଟରେ ଏହି ଦୃଶ୍ୟ ଦେଖାଯିବା କଥା ଆର୍ମି ଅଫିସର ଟ୍ବିଟରରେ ସେୟାର କରିଛନ୍ତି। ସେ କହିଛନ୍ତି ଏହି ଫଟୋରେ ବରଫ ଉପରେ ବଡ଼-ବଡ଼ ପାଦ ଚିହ୍ନ ଦେଖିବାକୁ ମିଳିଛି। ଏଥିରୁ ଯାହା ଜଣାପଡୁଛି ଏହି ଚିହ୍ନ ତୁଷାର ମାନବର ସଂକେତ ହୋଇପାରେ।

yetiସୂଚନା ଅନୁଯାୟୀ ତୁଷାର ମାନବ ପୌରାଣିକ କଳ୍ପନାରେ ଆଧାରିତ ଏକ ପ୍ରାଣୀ, ଯାହାର ଅସ୍ଥିତ୍ବ ବିଷୟରେ ଦର୍ଶକମାନଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଉପସ୍ଥିତିର ପ୍ରମାଣ ମିଳିନାହିଁ। ଯବାନମାନଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ୩୨x୧୫ ଇଞ୍ଚର ପାଦ ଚିହ୍ନ ଦେଖିବାକୁ ମିଳିଛି। ମାୟାବୀ ତୁଷାର ମାନବ କେବଳ ଥରେ ହିଁ ମକାଲୁ-ବରୋନ ନ୍ୟାସନାଲ ପାର୍କ ନିକଟରେ ଦେଖାଯିବାର ପ୍ରମାଣିତ ହୋଇଛି। କିନ୍ତୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ କେବଳ ଗୋଟିଏ ପାଦ ଚିହ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.