ଭୟଙ୍କର ରୂପ ନେଇ ମାଡି ଆସୁଛି ‘ଫନି’, ପୁରୀ ସାତପଡ଼ା- ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବା ସମ୍ଭାବନା

କେନ୍ୟୁଜ୍ : ଓ଼ଡିଶା ମୁହାଁ ବାତ୍ୟା ଫନି । ୩୬ ଘଣ୍ଟା ମଧ୍ୟରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ । ଫନି ଏବେ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ଚେନ୍ନାଇଠାରୁ ୬୯୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟନମ୍‌ଠାରୁ ୭୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫନି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଏହି ବାତ୍ୟା ଗତି କରିବ । ଓଡ଼ିଶାର ଉପକୂଳ ଦେଇ ଉତ୍ତରକୁ ଗତି କରିବ କିମ୍ବା ଓଡ଼ିଶା ଉପକୂଳ ଛୁଇଁବ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତିନି ତାରିଖ ରାତି କିମ୍ବା ୪ ତାରିଖ ସକାଳେ ଏହା ପୁରୀର ସାତପଡ଼ା-ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ରାତି ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ୧୬୫ରୁ ୧୭୫ କିଲୋମିଟର ରହିବ । ଏହା ୧୯୫ରୁ ୨୦୦ କିଲୋମିଟର ପର‌୍ୟ୍ୟନ୍ତ ବଢିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.