ଏସବିଆଇ କୁ ଚିଠି ଲେଖିଲେ ଜେଟ୍ କର୍ମଚାରୀ ସଂଘ, ସଙ୍କଟଗ୍ରସ୍ତ ଏୟାରଲାଇନ ପାଇଁ ନିଲାମ ଲଗାଇବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଜେଟ୍ ଏୟାରୱେଜ୍ ଚଳିତମାସ ୧୭ ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୭ ତାରିଖରେ ଏହାର ଶେଷ ବିମାନ ଅମୃତସରରୁ ମୁମ୍ବାଇକୁ ଉଡ଼ାଣ କରିଥିଲା। ଏହି ପରିପେକ୍ଷୀରେ ବର୍ତ୍ତମାନ କମ୍ପାନିକୁ ଠିଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜେଟ୍ ଏୟାରୱେଜ୍‌ର କିଛି କର୍ମଚାରୀ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ସେମାନେ ଚିଠି ଲେଖି ସେମାନଙ୍କୁ ନିଲାମରେ ଭାଗ ନେବାକୁ ସୁଯୋଗ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। କିଛିଦିନ ମଧ୍ୟରେ ସେମାନେ ୭ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ଯୋଗାଇ ଦେବେ ବୋଲି କହିଛନ୍ତି। ତେବେ ବର୍ତମାନର ଶୀର୍ଷ ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ସପକ୍ଷରେ ନାହାନ୍ତି। ସେମାନେ କମ୍ପାନି ପାଇଁ କାମ କରିବା ପରିବର୍ତ୍ତେ ନରେଶ ଗୋଏଲଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ କହିଛନ୍ତି। ତେବେ ବ୍ୟାଙ୍କ ଗୁଡ଼ିକ ଯେଉଁ ନିଲାମ ଡାକିଛନ୍ତି ସେଥିରେ କେତୋଟି କମ୍ପାନି ଭାଗ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.