Below header

ମୋଦିଙ୍କ ଫ୍ରାନ୍ସ ଗସ୍ତ, ଭାରତୀୟ ନୌସେନାକୁ ମିଳିପାରେ ୨୬ଟି ନୂଆ ରାଫେଲ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଏକ ବୈଠକ ଡକାଯାଇଛି। ଜୁଲାଇ ୧୩ ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତୀୟ ନୌସେନା ପାଇଁ ୨୬ ଟି ରାଫେଲ୍ ଯୁଦ୍ଧ ବିମାନ କିଣିବା ପ୍ରସ୍ତାବକୁ ଅନୁମୋଦନ କରାଯାଇପାରେ ବୋଲି ଆକଳନ କରାଯାଉଛି ।

ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ଜାହାଜର ଶକ୍ତି ମଧ୍ୟ ବହୁଗୁଣିତ ହେବାକୁ ଯାଉଛି। INS Vikrant ପାଇଁ ଫ୍ରାନ୍ସରୁ ୨୬ ରାଫେଲ୍ ବିମାନ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇପାରେ।

ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ତିନୋଟି ବୁଡ଼ାଜାହାଜ(ସବମେରିନ) ନିର୍ମାଣ ବିଷୟରେ ଆଲୋଚନା ହୋଇପାରେ। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଭାରତକୁ ଆଣିବା ବିଷୟରେ ଆଲୋଚନା ହୋଇପାରେ। ତେବେ ଏପର୍ଯ୍ୟନ୍ତ ସରକାରଙ୍କଠାରୁ ଏ ସମ୍ପର୍କରେ କୌଣସି ସୂଚନା ଆସିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ରୁ ୧୪ ଜୁଲାଇ ମଧ୍ୟରେ ଫ୍ରାନ୍ସ ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ସମ୍ପର୍କର ଆଲୋଚନା କରାଯାଇପାରେ । ଫ୍ରାନ୍ସ କମ୍ପାନୀଗୁଡିକ ସହାୟତାରେ ଭାରତରେ ଇଞ୍ଜିନ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରିବାକୁ ଚେଷ୍ଟା କରିବ। ଏଥିରେ ବିଶେଷ ଭାବରେ ଭାରତୀୟ ନୌସେନା ପାଇଁ ଅନେକ ପ୍ରକାରର ନୂତନ ଟେକ୍ନୋଲୋଜି ଅସ୍ତ୍ର କ୍ରୟ କରାଯାଇପାରିବ। ଚୀନ୍ ମଧ୍ୟ ସାମୁଦ୍ରିକ ସୀମାରେ ଭାରତ ପାଇଁ ବିପଦ ସୃଷ୍ଟି କରୁଛି, ଏଭଳି ପରିସ୍ଥିତିରେ ଫ୍ରାନ୍ସ ସହିତ ଏହି ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଏକ ବୈଠକ ଡକାଯାଇଛି। ଜୁଲାଇ ୧୩ ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଭାରତୀୟ ନୌସେନା ପାଇଁ ୨୬ ଟି ରାଫେଲ୍-ଏମ ଯୁଦ୍ଧ ବିମାନ କିଣିବା ପ୍ରସ୍ତାବକୁ ଅନୁମୋଦନ କରାଯାଇପାରିବ। ସେଥିପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ର ଏହି ବୈଠକରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.