Date Of Birth କୁ ଏପରି ବନାନ୍ତୁ ନିଜ ମୋବାଇଲ ନମ୍ବର

ଜିଓର ଖାସ୍‌ ସ୍କିମ, ଏବେ ନିଜ Lucky Number କିମ୍ବା Date Of Birth କୁ ମଧ୍ୟ ବନାଇପାରିବେ ନିଜ ମୋବାଇଲ ନମ୍ବର, ଏପରି କରନ୍ତୁ ସେଟ୍‌

ଜିଓ ଆଣିଲା ବଡ଼ ଖୁସି ଖବର। ଯଦି ଆପଣ ନିଜ ମୋବାଇଲ ନମ୍ବରକୁ ଭଲ ପାଉଛନ୍ତି ତେବେ ଏହି କଥାକ ୁ ଧ୍ୟାନରେ ରଖି ଜିଓ ଏକ ନୂଆ ସ୍କିମ ବାହାର କରିଛି। ଆସନ୍ତୁ ଜାଣିବା ଜିଓର ଏହି ନୂଆ ସ୍କିମ ବିଷୟରେ..

ମୋବାଇଲ ନେଟଓ୍ଵାର୍କ ପ୍ରୋଭାଇଡ଼ ଜିଓ ଟେଲିକମ କମ୍ପାନୀ ଏକ ନୂଆ ସ୍କିମ ବାହାର କରିଛି। ଏହାଦ୍ୱାରା ଆପଣ ନିଜ ମନ ପସନ୍ଦ ର ନମ୍ବରକୁ ନେଇପାରିବେ। ଏମିତି କି ଆପଣ ନିଜ ଲକି ନମ୍ବର ତଥା ଡେଟ ଅଫ୍‌ ବାର୍ଥ କୁ ବି ନିଜ ମୋବାଇଲ ନମ୍ବର କରିପାରିବେ। ଜିଓର ଏହି ସ୍କିମ ରେ ଆପଣ ଯେକୌଣସି ନମ୍ବରକୁ ବାଛିପାରିବେ।

ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଟ ହୋଇଥାଏ। ଆପଣ ସେଥିରେ ଶେଷ ୪ କିମ୍ବା ୬ ନମ୍ବର କୁ ନିଜେ ହିଁ ବାଛି ରଖିପାରିବେ। ଏହି ସ୍କିମ ଏବେ ଲୋକଙ୍କୁ ବହୁତ ଭଲ ଲାଗୁଛି ବୋଲି ଜଣାପଡ଼ିଛି। ଏମିତିରେ ପ୍ରତ୍ୟେକ ୟୁଜର୍ସ ନିଜ ମନ ପସନ୍ଦ ମୋବାଇଲ ନମ୍ବରକୁ ରଖିାପାରିବେ। ସେଥିରେ ନିଜେ ନମ୍ବର ମଧ୍ୟ ଆଡ୍‌ କରିପାରିବେ। ତେବେ ଆଜି ଜାଣନ୍ତୁ ଯଦି ଆପଣଙ୍କୁ ଏହି ସୁବିଧା ଦରକାର ତେବେ ଆପଣଙ୍କୁ କଣ କରିବାକୁ ହେବ।

ଜିଓ ର ଏହି ସ୍କିମ ପାଇଁ ପ୍ୟାକ ମଧ୍ୟ ରଖାଯାଇଛି। ଆପଣ ଏହି ସ୍କିମର ଫାଇଦା ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ମାତ୍ର ୪୯୯ ଟଙ୍କା ଦେବାକୁ ହେବ। ଜିଓ ର ଏହି ଅଫର ପୋଷ୍ଟପେଡ ଓ ପ୍ରିପେଡ ଦୁଇ ପ୍ରକାର ୟୁଜର୍ସଙ୍କ ପାଇଁ ରହିଛି। କୌଣସି ବି ୟୁଜର ୪୯୯ ଟଙ୍କା ଦେଇ ଏହି ସୁବିଧାର ଲାଭ ଉଠାଇପାରିବେ। ଏହାସହ ନିଜ ମନ ପସନ୍ଦ ନମ୍ବର ସିକ୍ୱେନ୍ସ ବାଛିପାରିବେ।

ଏବେ ଏହି ଷ୍ଟେପକୁ ଫଲୋ କରନ୍ତୁ:
-ଜିଓ ର ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣ https://www.jio.com/selfcare/choice-number/ େଓ୍ଵବସାଇଟକୁ ଯାଆନ୍ତୁ।
-ଏହାପରେ ସେଲ୍ଫ କେୟାର ସେକ୍ସନ କୁ ଯାଆନ୍ତୁ। ଏହାବ୍ୟତିତ ଆପଣ My jio ଆପ କୁ ଡାଉନଲୋଡ କରି ଏହି ଷ୍ଟେପକୁ ଫଲୋ କରିପାରିବେ।
-ଏଠାରେ ଆପଣ ମୋବାଇଲ ନମ୍ବର ସିଲେକ୍ସନ ସେକ୍ସନକୁ ଯାଆନ୍ତୁ।
-ଏବେ ନିଜ ନମ୍ବରକୁ ଏଣ୍ଟର କରାନ୍ତୁ । ପରେ ଓଟିପି ରେ ନିଜ ନମ୍ବରକୁ ଭେରିଫାଏ କର।
-ଏହାପରେ ଆପଣଙ୍କୁ ନୂଆ ନମ୍ବର ବାଛିବାର ଅପସନ ମିଳିବ।
-ଏହାପରେ ମୋବାଇଲ ନମ୍ବର ର ଶେଷ ୪ କିମ୍ବା ୬ ଡିଜିଟକୁ ପରିବର୍ତ୍ତନ କରାଇପାରିବେ।
-ନମ୍ବର ଦେଲା ପରେ ଆପଣ ପେମେଣ୍ଟ ଅପସନକୁ ବାଛନ୍ତୁ। ୪୯୯ ଟଙ୍କା ଦିଅନ୍ତୁ।
– ଏହାର ୨୪ ଘଣ୍ଟା ପରେ ନୂଆ ନମ୍ବର ଆକ୍ଟିଭେଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.