କେତେ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ ଖାଦ୍ୟ, ଜାଣନ୍ତୁ ଏହା କିପରି ପ୍ରଭାବ ପକାଇଥାଏ

ଖାଦ୍ୟକୁ ମିକ୍ସ କରିବା ପାଇଁ ଆପଣଙ୍କ ପେଟ ମିକ୍ସର ଭଳି କାମ କରିଥାଏ । ଏହା ସହିତ ପେଟରେ ଥିବା ଏନ୍‌ଜାଇମ ଏବଂ ଏସିଡ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।ଖାଦ୍ୟକୁ ମିକ୍ସ କରିବା ପାଇଁ ଆପଣଙ୍କ ପେଟ ମିକ୍ସର ଭଳି କାମ କରିଥାଏ । ଏହା ସହିତ ପେଟରେ ଥିବା ଏନ୍‌ଜାଇମ ଏବଂ ଏସିଡ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।

ବର୍ତ୍ତମାନ ଆଧୁନିକ ଜୀବନଶୈଳୀରେ ଲୋକଙ୍କ ପାଖରେ ସମୟ ନାହିଁ । ଲୋକମାନେ ସବୁବେଳେ ଚେଷ୍ଟା କରୁଛନ୍ତି କିପରି ଶୀଘ୍ର କାମ ସାରି ଅଫିସରେ ପହଞ୍ଚିବେ । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଖାଦ୍ୟ ରାନ୍ଧିବାରେ ନିଜର ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ବାହାର ଖାଦ୍ୟ ଖାଇ ସମୟ ବଞ୍ଚାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଖରାପ ଖାଦ୍ୟ ପେଟରେ କିପରି ପ୍ରଭାବ ପକାଏ ।

ଆପଣ ଜାଣି ରଖିବା ଉଚିତ ବାହାର ଖାଦ୍ୟ ଆପଣଙ୍କ ଶରୀର ପାଇଁ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର । ଏଥିପାଇଁ ଆପଣ ନିଜ ପେଟର ହଜମ ଶକ୍ତିକୁ ନଷ୍ଟ କରନ୍ତୁ ନାହିଁ । ବର୍ତ୍ତମାନ ସମୟରେ ଲୋକମାନେ କେବଳ ଖାଉଛନ୍ତି କାରଣ ଏହା ମଧ୍ୟ ଏକ କାମରେ ଯାଉଛି । ଏପରି କରିବା ଭୁଲ କାରଣ ଆପଣ ଯାହା ଖାଉଛନ୍ତି ତାହା ଶରୀର ଏବଂ ପେଟ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ପେଟରେ ଖାଦ୍ୟ କେତେ ସମୟ ରହିଥାଏ ଏବଂ ଏହାର ପ୍ରଭାବ ପେଟରେ କିପରି ପଡ଼ିଥାଏ ତାହା ଜଣାଇବୁ ।

ଖାଦ୍ୟ ପେଟରେ ପହଞ୍ଚିବା ପରେ ଏହା ଖଣ୍ଡ ଖଣ୍ଡ ହୋଇଥାଏ । ପେଟରେ ଥିବା କେମିକାଲ୍ସ ଦ୍ୱାରା ଖାଦ୍ୟ ଭାଙ୍ଗିବାରେ ଲାଗିଥାଏ । ଏହି ଖାଦ୍ୟ ଫାରିକନ୍ସ ଦେଇ ଗତି କରିଥାଏ । ଖାଦ୍ୟ ମିଶ୍ରଣ ହୋଇ ଏହା ଏସୋଫୋଗସ ରାସ୍ତାରେ ପେଟରେ ପହଞ୍ଚିଥାଏ । ଏହା ପରେ ପେଟରେ ହଜମ ହେବା କାମ ଆରମ୍ଭ ହୋଇଥାଏ ।

ଖାଦ୍ୟ ଆପଣଙ୍କ ପେଟରେ ପହଞ୍ଚିବା ପରେ ଏହା ଶେଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏହାକୁ ୨ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ । ଏହି ସମ୍ପୂର୍ଣ୍ଣ ପ୍ରୋସେସ ହେବା ପାଇଁ ଅନେକ କାରଣ ଥାଏ, ଯେପରିକି ଆପଣ କଣ ଖାଉଛନ୍ତି, କେତେ ପରିମାଣର ଖାଦ୍ୟ ଖାଉଛନ୍ତି, ଆପଣଙ୍କ ହର୍ମୋନ ଲେଭଲ କେତେ ରହିଛି ଏବଂ ଆପଣ ମହିଳା କି ପୁରୁଷ । ପୁରୁଷ ମାନଙ୍କ ତୁଳନାରେ ମହିଳାମାନଙ୍କ ପେଟରେ ଖାଦ୍ୟ ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ ।

ଆପଣଙ୍କ ପେଟର ଉପରସ୍ତରରେ ଆପଣ ଖାଇଥିବା ଖାଦ୍ୟ ରହିଥାଏ, ଯେଉଁଥିପାଇଁ ଆପଣଙ୍କ ପେଟ ଅଳ୍ପ ବଡ଼ ଦେଖାଯାଇଥାଏ । ଖାଦ୍ୟକୁ ମିକ୍ସ କରିବା ପାଇଁ ଆପଣଙ୍କ ପେଟ ମିକ୍ସର ଭଳି କାମ କରିଥାଏ । ଏହା ସହିତ ପେଟରେ ଥିବା ଏନ୍‌ଜାଇମ ଏବଂ ଏସିଡ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପାଇଲୋରିକ ସ୍ଫିଙ୍କଟର ଖାଦ୍ୟର ଅଳ୍ପ ଅଳ୍ପ ଅଂଶକୁ ଧୀରେ ଧୀରେ ପେଟରୁ ବାହାର କରି ପେଟର ଶେଷ ସ୍ତରରେ ପହଞ୍ଚାଇଥାଏ । ପେଟରେ ଖାଦ୍ୟ ହଜମ ପ୍ରକ୍ରିୟା ପାଖାପାଖି ୨-୬ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ । ଆପଣ ଖାଇଥିବା ଖାଦ୍ୟର ବର୍ଜ୍ୟବସ୍ତୁ ବୃହତ ଅନ୍ତନଳୀରେ ୩୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହି ପ୍ରୋସେସ ଶେଷ ହେବା ପାଇଁ ଖାଦ୍ୟକୁ ପାଖାପାଖି ୨-୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.