ଭାରତର ଡିଜିଟାଲ୍‌ ମାଡ଼ରେ ଚୀନ୍‌ ଧରାଶାୟୀ, ଚୀନ୍‌ର ୪୫ ହଜାର କୋଟି ଟଙ୍କା ହେଲାଣି ସ୍ୱାହା

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଭିନ୍ନ ରୂପ ନେଇଛି । ସୀମା ସଂଘର୍ଷ ଏବେ ଡିଜିଟାଲ୍‌ ସଂଘର୍ଷରେ ପହଞ୍ଚିଛି । ଚୀନ୍‌ ବାରମ୍ବାର ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରି ଚାଲିଛି । ଚୀନ୍‌ର ଏହି ହରକତ୍‌କୁ ଚେକ୍‌ ଦେବାକୁ ହେଲେ ତା’ର ଅର୍ଥ ବ୍ୟବସ୍ଥାକୁ ପ୍ରଥମେ ମାଡ଼ ଦେବାକୁ ହେବ ବୋଲି ଭାରତ ଜାଣିଛି ।

ଭାରତ ଭଳି ୧୩୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଦେଶରେ ଚୀନ୍‌ର ଅଧିକାଂଶ ଉତ୍ପାଦ ବିକ୍ରି ହୋଇଥାଏ । ଯେଉଁଥି ପାଇଁ ଚୀନ୍‌ର ଅର୍ଥ ବ୍ୟବସ୍ଥାରେ ପ୍ରଥମେ ମୋଦି ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିଛନ୍ତି । ଚୀନ୍‌ର ଟିକ୍‌ଟକ୍‌ ସହ ୫୯ ଟି ଆପ୍‌ କୁ ଭାରତରେ ବ୍ୟାନ୍‌ କରିଛି । କେବଳ ଟିକ୍‌ଟକ୍‌ ଆପ୍‌ ବନ୍ଦ ପରେ ଚୀନ୍‌ର ୬ ଆରବ ଡଲାରର କ୍ଷତି ପହଞ୍ଚିଛି ।

tiktok-3

କେବଳ ଗୋଟିଏ ଆପ୍‌ରେ ଯଦି ଚୀନ୍‌ର ଏତେ କ୍ଷତି ହୁଏ ତେବେ ୫୯ଟି ଆପ୍‌ ରେ କ’ଣ କ୍ଷତି ହେବ ତାହାର ଅନ୍ଦାଜା ଚୀନ୍‌ ଲଗାଇ ସାରିଲାଣି । ଚୀନ୍‌ର ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍ସ’ରେ ପ୍ରକାଶିତ ଏକ ଖବର ଅନୁଯାଯୀ ଭାରତରେ କେବଳ ଟିକ୍‌ ଟକ୍‌ ବନ୍ଦ ହେବା ପରେ ଟିକ୍‌ଟକ୍‌ର ପେରେଣ୍ଟ କମ୍ପାନୀ ‘ବାଇଟ୍‌ଡ୍ୟାନ୍ସ’ର ୬ ଆରବ ଡଲାର କ୍ଷତି ହୋଇପାରେ ।

ଯଦି ୫୯ଟି ଆପ୍‌ ବନ୍ଦ ହୁଏ ତେବେ ଚୀନ୍‌କୁ କିଭଳି ଝଟ୍‌କା ଲାଗିବ ତାହା ଅନୁମାନ କରିସାରିଛି ଚୀନ୍‌ । ଚୀନ୍‌ର ଦର୍ପ ଭାଙ୍ଗିବା ପାଇଁ ଭାରତର ଡିଜିଟାଲ ଷ୍ଟ୍ରାଇକ୍‌ ଆଭିମୁଖ୍ୟ ଏବେ ସବୁଠି ଚର୍ଚ୍ଚାରେ । ଖାଲି ଡିଜିଟାଲ୍‌ ଷ୍ଟ୍ରାଇକ୍‌ ନୁହେଁ ରାଜପଥ, କମ୍ୟୁନି କେସନ ସହ ବିଭିନ୍ନ କ୍ଷେତ୍ରରେ ଚାଇନାର ବିଭିନ୍ନ କମ୍ପାନୀ କରିଥିବା ଡିଲ୍‌କୁ ଭାରତ ଖାରଜ କରିଛି ।

tiktok effect

ଫଳରେ ଚୀନ୍‌ର ୪୫ ହଜାର କୋଟି ସ୍ୱାହା ହୋଇଥିବା ଜଣାଯାଇଛି । ଆମେରିକା ମଧ୍ୟ ଭାରତ ଭଳି ଡିଜିଟାଲ୍‌ ଷ୍ଟ୍ରାଇକ୍‌ ଆପଣେଇବାକୁ ଚିନ୍ତା କରୁଛି । କାରଣ କରୋନାରେ ଆମେରିକାର ସ୍ଥିତି ପୁରା ଦୋହଲି ଯାଇଛି । କରୋନା ପାଇଁ ଚୀନ୍‌ ଦାୟୀ ବୋଲି ଆମେରିକା ବାରମ୍ବାର କହୁଥିବା ବେଳେ ଆମେରିକା ଯଦି ଡଜିଟାଲ୍‌ ଷ୍ଟ୍ରାଇକ୍‌ କରେ ଚୀନ୍‌ର ଆର୍ଥିକ ଅବସ୍ଥା ଉପରେ ନିଶ୍ଚୟ ପ୍ରଭାବ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.