ବହୁତ ଦିନ ପରେ Ex ମେସେଜ୍‌ କରିଛନ୍ତି କି! ତରତର ନହୋଇ ଏମିତି ଦିଅନ୍ତୁ ରିପ୍ଲାଏ

ରିଲେସନ୍‌ସିପ୍‌ରେ ଉଭୟ ଭଲ ଓ ଖରାପ ସମୟ ସମସ୍ତଙ୍କ ଜୀବନରେ ଆସିଥାଏ। ବେଳେବେଳେ ପୁଅ ଝିଅଙ୍କ ମନ ନ ମିଶିବାରୁ ସମ୍ପର୍କ ଭାଙ୍ଗିଯାଏ। କିନ୍ତୁ ଯଦି ବ୍ରେକ୍‌ଅପ୍‌ ପରେ ବି ଏକ୍ସ ବୟଫ୍ରେଣ୍ଡ୍‌ କିମ୍ବା ଏକ୍ସ ଗାର୍ଲଫ୍ରେଣ୍ଡ୍‌ ଯୋଗାଯୋଗ କରିବାକୁ ଚାହାଁନ୍ତି ତେବେ ସେଭଳି ସ୍ଥିତିରେ ଭାବିଚିନ୍ତି ରେସ୍‌ପଣ୍ଡ କରିବା ଉଚିତ। ଯଦି ଆଉ କାହା ସହ ରିଲେସନ୍‌ସିପ୍‌ରେ ଅଛନ୍ତି ତେବେ ଏକ୍ସଙ୍କ ମେସେଜ୍‌କୁ ଆସିଲେ ବୁଝିବିଚାରି ଜବାବ ଦେବା ଉଚିତ୍‌। ଆସନ୍ତୁ ଜାଣିବା ଏକ୍ସଙ୍କ ମେସେଜ୍‌ କିମ୍ବା କଲ ଆସିଲେ କେମିତି ହ୍ୟାଣ୍ଡେଲ କରିବେ…

Study suggests more people text than call on the phone - BBC News

ଉତ୍ତର ଦିଅନ୍ତୁ ନାହିଁ:

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଆପଣଙ୍କ ରିଲେସନ୍‌ସିପ୍‌ ଯଦି ଖରାପ ଥିଲା ଓ ସେହି ସମ୍ପର୍କକୁ ଭୁଲିବାକୁ ଯଦି ଆପଣଙ୍କୁ ବହୁତ ସମୟ ଲାଗିଛି ତେବେ ଏକ୍ସଙ୍କ ମେସେଜ୍‌ କିମ୍ବା କଲକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତୁ। କାରଣ ଯେଉଁ ସମ୍ପର୍କ ଯୋଗୁ ଥରେ ଆପଣ ଦୁଃଖ ପାଇସାରିଛନ୍ତି ଏବେ ବି ସେଥିରୁ କେବଳ ଦୁଃଖ ହିଁ ମିଳିବ। ଏଣୁ ଏଭଳି ସମ୍ପର୍କଠାରୁ ଦୂରେଇ ରହିବା ହିଁ ବୁଦ୍ଧିମାନର କାମ।

Instagram Stories Has An Amazing New Update

ପ୍ରଭାବିତ ହୋଇପାରେ ନୂଆ ସମ୍ପର୍କ:

ବ୍ରେକଅପ୍‌ ପରେ ଯଦି ଆପଣ ନୂଆ ସମ୍ପର୍କରେ ଆଗେଇ ସାରିଛନ୍ତି ତେବେ ଏକ୍ସଙ୍କ ସହ କଥା ବାର୍ତ୍ତା କଲେ ଆପଣଙ୍କ ପାଇଁ ହିଁ ବିପଦ ଉପୁଜିବ। ଏହା ଦ୍ୱାରା ଆପଣ ବର୍ତ୍ତମାନର ପାର୍ଟନରଙ୍କ ସନ୍ଦେହ ଘେରରେ ଆସିପାରନ୍ତି। ଫଳରେ ବର୍ତ୍ତମାନର ସମ୍ପର୍କ ବି ପ୍ରଭାବିତ ହୋଇପାରେ।

What is takeaway trauma and do you suffer from it? - Liverpool Echo

ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ:

ଏକ୍ସ ମେସେଜ୍‌ କରି ଯଦି ନିଜ ଭୁଲ ବୁଝିପାରି ପୁଣିଥରେ ସମ୍ପର୍କକୁ ନୂତନ ଭାବେ ଆରମ୍ଭ କରିବାକୁ ଚାହୁଁଥାନ୍ତି, ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତାଙ୍କ ଇଚ୍ଛା ଦେଖି ଆପଣ ତରତର ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପ୍ରଥମେ ତାଙ୍କ ମନରେ କ’ଣ ଅଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ। ସଂଯମତାର ସହ ଆଗକୁ ବଢ଼ନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଯେ ଏକ୍ସ ବଦଳିଯାଇଛନ୍ତି ତେବେ ଯାଇ ତାଙ୍କ ସହ ସମ୍ପର୍କକୁ ଆଗକୁ ବଢ଼ାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.