ଶରୀରଠୁ ବଡ ମୁଣ୍ଡ ଆଉ ଟଣା ଟଣା ଆଖି, ଏମିତି ଦିଶୁଛନ୍ତି କଳିଯୁଗର ଗଣେଶ

ଘରେ ସବୁଠୁ ଖୁସିର ଦିନ ସେତେବେଳେ ହୋଇଥାଏ ଯେତେବେଳେ ଶିଶୁ କେହି ଜନ୍ମ ନିଏ । ଜଳନ୍ଧରରେ ଏକ ପରିବାର ବି ଅପେକ୍ଷା କରିଥିଲା ଘରକୁ ଆସିବ ନୂଆ ଅତିଥି । ୨୦୧୦ର କଥା ଯେବେ ଶିଶୁଟିଏ ଜନ୍ମ ନିଏ ଦେଖିବା ଲୋକଙ୍କ ଆଖି ଖୋଲା ରହିଯାଏ । କାରଣ ଏହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା । ଶରୀର ଠାରୁ ବଡ଼ ମୁଣ୍ଡ ଟଣା ଟଣା ବଡ଼ ଆଖି । ହଠାତ ହାତୀର ମୁହଁ ଭଳି ଦେଖା ଯାଉଥିବା ଚେହେରା । ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢ଼ିଲା ପିଲାଟିକୁ ଦେଖିବାକୁ । ଲୋକ ବିଶ୍ୱାସ ଏହି ପିଲାଟି ଅବିକଳ ଗଣେଶଙ୍କ ଭଳି ଦେଖା ଯାଉଛି । ଲୋକ ପିଲାଟିକୁ ଦେଖି ମାନସିକ କରିବା ଆରମ୍ଭ କରିଦେଲେ ।

ganesଯୋଗକୁ ପରିବାର ର ସବୁ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗିଲା । ସ୍ଥାନୀୟ ଲୋକଙ୍କ ପାଇଁ ସେ ଚାଲି ବୁଲି ପାରୁଥିବା ଗଣେଶ ।  ଧୀରେ ଧୀରେ ପିଲାକୁ ପୂଜା କରିବାକୁ ଲାଗିଲେ ତା ଗାଁ ଲୋକ। ତା ପାଖକୁ ସମସ୍ତେ ଆସନ୍ତି ଆଶୀର୍ବାଦ ପାଇଁ। ବାପା ବି ଖୁସି ହୋଇ ପୁଅର ନା ଦେଲେ ଗଜାନନ।  ବାପା କୁହନ୍ତି ସେ ଯେବେ ଗଜାନନକୁ ବାହାରକୁ ନେଇ ଯାଆନ୍ତି ଲୋକେ କୁହନ୍ତି ଜୟ ଗଣେଶ ମହାରାଜ। ପୁଅର ପାଦ ଛୁଇଁ ଆଶୀର୍ବାଦ ବି ନିଅନ୍ତି ଓ ଖୁସି ବହୁତ ହୁଅନ୍ତି। ପୁଅର ଏହି ରୁପ ଦେଖି ଆମେ ବି ଖୁବ ଖୁସି।

ganeshଗଜାନନ କୁହେ ଯେତେବେଳେ ଲୋକ ମୋ ପାଖକୁ ଆସି ମୋ ପାଦ ଛୁଅନ୍ତି ମୁଁ ସେମାନଙ୍କ ମୁଣ୍ଡରେ ହାତ ବୁଲେଇ ଦିଏ। ସ୍ଥାନୀୟ ବାସିନ୍ଦାଙ୍କ କହିବା ହେଲା ପିଲାଟିକୁ ଦେଖି ଯିଏ ଯାହା ମନସ୍କାମନା କରିଛି ସବୁ ପୁରା ହୋଇଛି। ଏବେ ତ ବାହାର ଗାଁରୁ ଲୋକ ଆସି ମୁଣ୍ଡିଆ ମାରୁଛନ୍ତି ଓ ମନସ୍କାମନା ରଖିଛନ୍ତି।

ganeshଡାକ୍ତରଙ୍କ କହିବା ହେଲା ଏକ ପ୍ରକାରର ରୋଗ । ଯେଉଁଥିରେ ପିଲାଙ୍କ ମୁଣ୍ଡ ଶରୀରର ଠୁଁ ବଡ଼ ଥାଏ । ହେଲେ ପରିବାର ଲୋକ ଏହାକୁ ବରଦାନ ମାନୁଛନ୍ତି । ଗଜାନନ ସ୍କୁଲ ଯାଏ ସ୍କୁଲରେ ସମସ୍ତେ ତାର ସାଙ୍ଗ ହୁଅନ୍ତି । ଅନ୍ୟ ସାଥି ମାନେ ବି ତାକୁ ଗଣେଶ ହିଁ ମାନନ୍ତି । ଗଜାନନ ବି ନିଜର ଏହି ଚେହେରା ପାଇଁ ଭାରି ଖୁସି । ଆଉ ସେ ଚାହୁଁଛି ଗଣେଶ ତାକୁ ଏମିତି ଖୁସି ରଖନ୍ତୁ।

ତେବେ ଅନେକ ଅନୁଷ୍ଠାନ ଗଜାନନକୁ ଉପଯୁକ୍ତ ଚିକିତ୍ସା ଦେବାକୁ ଇଛା ରଖିଥିବା ବେଳେ ଗଜାନନ ଏମିତି ରେ ବହୁତ ଖୁସି ଅଛି ବୋଲି କହୁଛି । ବର୍ତ୍ତମାନ ଗଜାନନକୁ ୨୧୦ବର୍ଷ । ଆଗକୁ ସେ ପାଠ ପଢି ଆଧ୍ୟାତ୍ମିକ ଦିଗରେ ଅଧିକା ରିସର୍ଚ୍ଚ କରିବାକୁ ଚାହୁଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.