ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପାଇଁ ଖୁସି ଖବର , ଆଜି ୧୪୯ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଥିବାର  ଟ୍ବିଟ ଜରିଆରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ।ଗଞ୍ଜାମର ୪୯,ଖୋର୍ଦ୍ଧାର ୨୪,ମୟୂରଭଞ୍ଜର ୧୪,କଟକର ୧୩,କଳାହାଣ୍ଡିର ଓ କେନ୍ଦ୍ରାପଡାର ୬ ଜଣ ଲଖାଏଁ ସୁସ୍ଥ,ରାୟଗଡାର ୫,ଅନୁଗୁଳ,ଝାରସୁଗୁଡା ଓ ସୁନ୍ଦରଗଡରୁ ୪ ଲଖାଏଁ ସୁସ୍ଥ,ଭଦ୍ରକ ବଲାଙ୍ଗିର ଯାଜପୁର ଓ ପୁରୀରୁ ୩ ଜଣ ଲଖାଏଁ ସୁସ୍ଥ, ବାଲେଶ୍ବର,ଜଗତସିଂହପୁର ଓ ନୟାଗଡରୁ ୨ ଜଣ  ଲଖାଏଁ ସୁସ୍ଥ,ବରଗଡ ଓ କୋରାପୁଟରୁ ଜଣେ  ଲଖାଏଁ ସୁସ୍ଥ ହୋଇଛନ୍ତି।ଟ୍ବିଟ  ଜରିଆରେ ଏହି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ବର୍ତ୍ତମାନ ରାଜ୍ୟରେ ସୁସ୍ଥ୍ ସଂଖ୍ୟା ୫୫୦୨ରେ ପହଞ୍ଚିଛି।

କହିରଖୁଛୁ ଯେ  ଆଜି ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୨୯ଜଣ କରୋନା ଆକ୍ରାନ୍ତ।ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୯୫, ଅନୁଗୁଳରୁ-୧, ବାଲେଶ୍ବରରୁ ୨୧, ବରଗଡରୁ ୧, ବଲାଙ୍ଗିରରୁ ୭, ବୌଦ୍ଧରୁ ୩, କଟକରୁ ୧୨, ଦେଓଗଡର ୧, ଗଜପତିରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୨୨, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୧, କୋରାପୁଟରୁ ୧, ମୟୁରଭଞ୍ଜରୁ ୨, ନୟାଗଡରୁ ୫, ପୁରୀରୁ ୪ ଓ ସୁନ୍ଦରଗଡରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.