ଏହି କାରଣରୁ ଭାଙ୍ଗିଥିଲା ସୁଶାନ୍ତ ଓ ଅଙ୍କିତାଙ୍କର ୬ ବର୍ଷର ସମ୍ପର୍କ, ଅଲଗା ହୋଇଯାଇଥିଲେ ଦୁଇ ପ୍ରେମୀ ଯୁଗଳ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସମସ୍ତ ଦୁଃଖୀ ହୋଇଯାଇଛନ୍ତି। ଖାସ୍‌ କରି ସୁଶାନ୍ତଙ୍କ ନିକଟତମ ଲୋକମାନେ ଅଧିକ ଭାଙ୍ଗିପଡ଼ିଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରିବା ପଛରେ କାରଣ କ’ଣ? ପୋଲିସ ଏହି ପ୍ରଶ୍ନର ଉତ୍ତର ଖୋଜୁଛି। ଏଥିପାଇଁ ଏବେ ଯାଏଁ ପ୍ରାୟ ୨୮ ଜଣଙ୍କ ବୟାନ ରେକର୍ଡ ସରିଲାଣି। ତେବେ କିଛି ବନ୍ଧୁଙ୍କ ସମେତ ଡାକ୍ତରଙ୍କ କହିବାନୁସାରେ ସୁଶାନ୍ତ ତାଙ୍କ ପୂର୍ବ ପ୍ରେମିକା ଅଙ୍କିତାଙ୍କୁ ବହୁତ ମନେ ପକାଉଥିଲେ।

Sushant Singh Rajput's Father Talks About Ankita Lokhande, Says ...

ଡାକ୍ତରଙ୍କ କହିବାନୁସାରେ ସୁଶାନ୍ତ ବୁଝିଯାଇଥିଲେ ଯେ ଅଙ୍କିତାଙ୍କ ସହ ବ୍ରେକ୍‌ଅପ୍‌ କରିବା ତାଙ୍କର ଜୀବନର ଏକ ବଡ଼ ଭୁଲ। ତାଙ୍କ କହିବା ମୁତାବକ ଅଙ୍କିତାଙ୍କ ଭଳି ଆଉ କୌଣସି ଝିଅ ସୁଶାନ୍ତଙ୍କୁ ଏତେ ବୁଝୁନଥିଲେ। ସୁଶାନ୍ତ ଯେବେ ବି ଦୁଃଖୀ କିମ୍ବା ଚିନ୍ତାଗ୍ରସ୍ତ ଥାଆନ୍ତି ଅଙ୍କିତା ତାଙ୍କ ମନ ଖୁସି ନ ହେଲା ଯାଏଁ ଏକୁଟିଆ ଛାଡ଼ନ୍ତି ନାହିଁ। ୬ ବର୍ଷ ଯାଏଁ ସୁଶାନ୍ତ ଅଙ୍କିତାଙ୍କ ସହ ଥିଲେ। ଏହି ସମୟରେ ସୁଶାନ୍ତଙ୍କର ସବୁ ଦୁଃଖକୁ ସେ ବାଣ୍ଟି ନେଉଥିଲେ। କିନ୍ତୁ ବ୍ରେକ୍‌ଅପ୍‌ ପରଠାରୁ ସୁଶାନ୍ତ ପୂରାପୂରି ଏକା ହୋଇଯାଇଥିଲେ। କୁହାଯାଉଛି ଯେ ଯଦି ଅଙ୍କିତା ସୁଶାନ୍ତଙ୍କ ସହ ଥାଆନ୍ତେ ତେବେ ସେ ଏତେ ବଡ଼ ପଦକ୍ଷେପ ନେଇନଥାନ୍ତେ।

डॉक्टर का खुलासा : ब्रेकअप के बाद भी ...

ପବିତ୍ର ରିସ୍ତା ସିରିୟଲରୁ ଅଙ୍କିତା ଓ ସୁଶାନ୍ତଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ପ୍ରାୟ ୬ ବର୍ଷ କାଳ ଉଭୟେ ରିଲେସନ୍‌ସିପ୍‌ରେ ରହିଥିଲେ। କିନ୍ତୁ ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ପରେ ଅଙ୍କିତାଙ୍କ ଠାରୁ ଦୂରେଇ ଯାଇଥିଲେ। କାମର ପ୍ରେସର ଥିବାରୁ ସେ ଅଙ୍କିତାଙ୍କୁ ସମୟ ଦେଇପାରିନଥିଲେ ଓ ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

Ankita Lokhande refuses to comment on ex-beau Sushant Singh ...

କିନ୍ତୁ ବ୍ରେକ୍‌ଅପ୍‌ ପରେ ବି ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ଏଣୁ ଏମ୍‌ଏସ୍‌ ଧୋନିର ଅଫର ପାଇବା ପରେ ଅଙ୍କିତା ପ୍ରଥମେ ସୁଶାନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ମଣିକର୍ଣ୍ଣିକାର ଫାଷ୍ଟ ଲୁକ୍‌ ଆସିବା ପରେ ସୁଶାନ୍ତ ସୋସିଆଲ ମିଡିଆରେ ଅଙ୍କିତାଙ୍କ ପ୍ରଶଂସା କରିଥିଲେ। ମାତ୍ର ୬ ବର୍ଷର ଏହି ସମ୍ପର୍କ ଟିକେ ଦୂରତା ଯୋଗୁ ଭାଙ୍ଗିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.