କରୋନା ମୁକାବିଲା ପାଇଁ ନୂଆ ପଦ୍ଧତି ଆପଣାଇବା ଓଡିଶା, ପ୍ଲାଜ୍‌ମା ଥେରାପି ମାଧ୍ୟମରେ ହେବ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ମାଧ୍ୟମରେ ହେବ କରୋନା ଚିକିତ୍ସା । କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍‌ମାଥେରାପି ଉପଲବ୍ଧ କରାଇବାକୁ ପଦକ୍ଷେପ ଆରମ୍ଭ । ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ କଟକ ଏସ୍‌ସିବି, ଭୁବନେଶ୍ୱର କିମ୍ସ ହସ୍ପିଟାଲ,ସମ୍‌ ଓ ଅଶ୍ୱିନୀ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଉପଲବ୍ଧ ହେବ ।

ଏହାସହ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ଲାଜମା ଥେରାପି ମାଧ୍ୟମରେ କରୋନା ରୋଗୀଙ୍କ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ନିକଟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ରେମ୍‌ଡେସିଭିୟର ଓ ଫାବି ଫ୍ଲୁ ଔଷଧ ଗୁରୁତର ରୋଗୀଙ୍କ କ୍ଷତ୍ରରେ ପ୍ରୟୋଗ ନେଇ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.