Below header

ମହାକାଶକୁ ଯାତ୍ରା କରିବ ପ୍ରଥମେ ଘରୋଇ ରକେଟ୍‌, ଇସ୍ରୋ ଶ୍ରୀହରିକୋଟାରୁ ସକାଳ ସାଢ଼େ ୧୧ଟାରେ ହେବ ଲଞ୍ଚ୍‌

କେନ୍ୟୁଜ୍(ବ୍ୟୁରୋ): ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ନୂଆ ଯୁଗ। ଆଜି ମହାକାଶକୁ ଯାତ୍ରା କରିବା ଭାରତର ପ୍ରଥମ ଘରୋଇ ରକେଟ୍‌ ବିକ୍ରମ-୧ । ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏହା ପ୍ରଥମ । ଘରୋଇ କମ୍ପାନୀ ସ୍କାଏରୁଟ୍‌ ଏରୋସ୍ପେସ୍‌ ବିକଶିତ କରିଛି ଏହି ରକେଟ୍‌ । ଶ୍ରୀହରିକୋଟାରୁ ଲଞ୍ଚ୍‌ କରିବ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୧୧ଟା ୩୦ରେ ମହାକାଶକୁ ଯାତ୍ରା କରିବ ବିକ୍ରମ-୧ । ମିସନ୍‌ର ନାଁ ରହିଛି ପ୍ରାରମ୍ଭ । ୬ ମିଟର ଲମ୍ବର ଏହି ରକେଟ ୩ଟି ସାଟେଲାଇଟ୍‌ ନେଇ ମହାକାଶକୁ ଯାତ୍ରା କରିବ । ଏଥିରୁ ୨ଟି ଘରୋଇ ଓ ଗୋଟିଏ ବିଦେଶୀ ସାଟେଲାଇଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.