ଟ୍ରାଫିକ ଜାମରେ କାର ଡ୍ରାଇଭ୍‌ କରିବାକୁ ଲାଗୁଛି କି ଡର, ତାହେଲେ ଏହି ୪ଟି କଥାକୁ ଧ୍ୟାନ ଦିଅନ୍ତୁ ବନିଯିବେ ଏକ୍ସପର୍ଟ

କାରରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କୁ ପସନ୍ଦ। କିନ୍ତୁ କାର ଚଲାଇବା ଅନେକ ଲୋକଙ୍କ ପାଇଁ ବଡ ମୁସକିଲର କାମ ହୋଇଥାଏ। ବହୁତ ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ ଜାମ୍‌ ଦେଖି ଡରି ଯାଆନ୍ତି। ଟ୍ରାଫିକରେ ଗାଡି ଚଲାଇବା ସମୟରେ ଭୟ କରିଥାନ୍ତି ଯେ ସେ କେଉଁଠି ବାଡେଇ ଦେବେନି ତ? କିଛି ଦୁର୍ଘଟଣା ଘଟିବନି ତ? ଏମିତି ବହୁତ କିଛି କଥା ଭାବି ଭୟ କରିଯାଆନ୍ତି। ଦିଲ୍ଲୀ-ଏନସିଆର ସମେତ ଅଧିକାଂଶ ସହରରେ ଟ୍ରାଫିକ ଜାମ୍‌ ଏକ ସାଧାରଣ ସମସ୍ୟା। ଏମିତିରେ ଯଦି ଆପଣ ମଧ୍ୟ ଭାରି ଟ୍ରାଫିକରେ ଗାଡି ଚଲାଇବାକୁ ଡରୁଛନ୍ତି ତାହେଲେ ଆପଣଙ୍କ ଆମେ ଆଣିଛୁ କିଛି ଜରୁରୀ ଟିପ୍ସ। ଯାହାକୁ ଫଲୋ କଲେ ଆପଣଙ୍କ ଡର ଏକଦମ୍‌ ଛୁମନ୍ତର ହୋଇଯିବ।

ଟ୍ରିପକୁ କରନ୍ତୁ ପ୍ଲାନ

ସବୁଠାରୁ ସହଜ ତରିକା ହେଉଛି ଆପଣ ନିଜ ଟ୍ରିପକୁ ପ୍ଲାନ କରି ହିଁ ଯାଆନ୍ତୁ। ଯଦି ଆପଣ ନିଜ ଗନ୍ତବ୍ୟରେ ପହଁଚିବା ପାଇଁ କିଛି ସମୟ ପୂର୍ବରୁ ବାହାରିବେ ତାହେଲେ ଟ୍ରାଫିକ ଜାମ୍‌ ସମସ୍ୟାକୁ ଅଧିକ ସାମ୍ନା କରିବାକୁ ପଡିବନାହିଁ। ଅପଣ ଯଦି କୌଣସି ଅଜଣା ରାସ୍ତାରେ ଯାଉଛନ୍ତି ତାହେଲେ ଭଲ ହେବ ଆପଣ ଗୁଗଲ ମ୍ୟାପ୍ସର ବ୍ୟବହାର କରନ୍ତୁ। ଏକାକୀ ଟ୍ରାଭେଲ କରିବା ବଦଳରେ ଯଦି ଆପଣଙ୍କ ସାଥିରେ ଅନ୍ୟ କେହି ବି ରହିବେ ତାହେଲେ ଆପଣଙ୍କୁ ଡ୍ରାଇଭ କରିବା ସହଜ ହେବ।

କ୍ଲଚ୍‌-ବ୍ରେକର କରନ୍ତୁ ବ୍ୟବହାର

ବହୁତ ଲୋକ କ୍ଲଚ୍‌ ଏବଂ ବ୍ରେକର ସଠିକ ବ୍ୟବହାର ବିଷୟରେ ଜାଣିନାହାଁନ୍ତି। ଏହାର ଠିକ ତରିକା ରହିଛି ଯେ ଯେତେବେଳେ ବି ଆପଣ କ୍ଲଚକୁ ଛାଡିବେ ସେତେବେଳେ ଯେପରି ଏହାକୁ ସମ୍ପୂର୍ଣ୍ଣ ଭାବେ ରିଲିଜ୍‌ କରିଦେବେ, ଅଧା ଦବାଇ ରଖିବେନାହିଁ। ନିଜ ଆଗରେ ଥିବା ଗାଡିକୁ ପ୍ରଥମେ ଟିକେ ଆଗକୁ ବଢ଼ିବାକୁ ଦିଅନ୍ତୁ,ଏହାପରେ ଗାଡିକୁ ପ୍ରଥମ ଗିୟରରେ ରଖି ଧିରେ ଧିରେ କ୍ଲଚ୍‌ ଛାଡନ୍ତୁ। ଯେତେବେଳେ ବି ଗାଡି ଅଟକିବନି ସେହି ସମୟରେ ବ୍ରେକ୍‌ ଦବାଇବା ପୂର୍ବରୁ କ୍ଲଚ୍‌ ବି ଦବାଇ ଦିଅନ୍ତୁ।

ଫିଚର୍ସକୁ କରନ୍ତୁ ବ୍ୟବହାର

କାରରେ ଦିଆଯାଇଥିବା ଜରୁରୀ ଫିଚର୍ସ ଯେମିତିକି ଇଣ୍ଡିକେଟର୍ସ, ହର୍ନ, ପାସ ଲାଇଟ, ରିୟରଭ୍ୟୁ ମିରରର ବ୍ୟବହାର କରନ୍ତୁ। ଆଗରେ ଥିବା ଗାଡି ବ୍ରେକ ଲାଇଟ ଊପରେ ମଧ୍ୟ ନଜର ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଜଣାପଡିଯିବ ଯେ ଆପଣଙ୍କ ଆଗରେ ଥିବା କାର କେତେବେଳେ ବ୍ରେକ ଲାଗାଇବ। ଯଦି ଆପଣଙ୍କୁ ଲେନ୍‌ ବଦଳାଇବାର ଅଛି ତାହେଲେ ଇଣ୍ଡିକେଟରକୁ ନିଶ୍ଚୟ ବ୍ୟବହାର କରନ୍ତୁ।

ଆଖାପାଖକୁ ରଖନ୍ତୁ ଯତ୍ନ

ନିଜ ଆଖପାଖର ଗାଡି ହିଁ କେବଳ ନୁହେଁ ପାଦରେ ଚାଲି ଯାଉଥିବା ଯାତ୍ରୀଙ୍କ ଉପରେ ବି ଖାସ୍‌ ଧ୍ୟାନ ରଖନ୍ତୁ। ଯଦି ଆପଣ ନୂଆ ଡ୍ରାଇଭର, ତାହେଲେ ଆପଣ ନିଜ ଲକ୍ଷ୍ୟ ଊପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣ ନୂଆ ଡ୍ରାଇଭର ତାହଲେ ନିଜ ଧ୍ୟାନ ଉପରେ ଲକ୍ଷ୍ୟ ହଟାନ୍ତୁନାହିଁ। ଯଦି ଗାଡିରେ ମ୍ୟୁଜିକ ଚାଲୁଛି ତାହେଲେ ତାକୁ ବନ୍ଦ କରିଦିଅନ୍ତୁ। ନିଜ ରେ ଲଗାତର ସାଇଡ ଏବଂ ପଛ କାର ଉପରେ ନଜର ରଖୁଥାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.