ଭୁବନେଶ୍ବର: କଂଗ୍ରେସ ଭବନରୁ ଆସବାବପତ୍ର ଚୋରି କରିନେଲା ଚୋର, ଥାନାରେ ମାମଲା

ଭୁବନେଶ୍ବର(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରୁ ଚୋରି । ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି । କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।

ଫର୍ନିଚର ସହ ଏସି ଷ୍ଟାବ୍ଲାଇଜର ଓ ତମ୍ବା ତାର ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.