ଦେଶରେ ଏକ ଅଭିନବ ବସ୍‌ ଚଳାଚଳ ପାଇଁ ପୁଣି ସମ୍ମାନିତ ହେଲା କ୍ରୁଟ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ ପୁନଃ ସମ୍ମାନିତ । ଦେଶରେ ଏକ ଅଭିନବ ବସ୍‌ ଚଳାଚଳ ସଂସ୍ଥାର ପରିଚାଳନା ପାଇଁ ଅର୍ବାନ ଇନଫ୍ରା ଗ୍ରୁପ ଦ୍ୱାରା ସମ୍ମାନିତ ହୋଇଛି । କ୍ରୁଟ ମୋ ବସ୍‌ ଓ ମୋ ଇ-ରାଇଡ ସେବାର ପରିଚାଳନା କରୁଛି । ସେକେଣ୍ଡ ଅର୍ବାନ ଇନଫ୍ରା ବିଜନେସ ସମ୍ମିଟ ଆଣ୍ଡ ଆର୍ଡସ-୨୦୨୨ରେ ଗମନାଗମନ ଓ ଗତିଶୀଳତା ବିଭାଗରେ ସମ୍ମାନ ଲାଭ କରିଛି ।

ସ୍ମାର୍ଟ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପରେ କାର୍ଯ୍ୟ କରି ସକାରାତ୍ମକ ପରିବର୍ତ୍ତନ ଓ ବିକାଶ ଆଣୁଥିବା ଅନୁଷ୍ଠାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କ୍ରୁଟ ହେଉଛି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରେ ଏକ ସ୍ୱତନ୍ତ୍ର ବସ୍‌ ସେବା । ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ ସକାରାତ୍ମକ ପରିବର୍ତ୍ତନ ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ଯ୍ୟ କରିବା ସହିତ ଲଗାତାର ପ୍ରୟାସ ଜାରି ରଖିଛି । ଅର୍ବାନ ଇନଫ୍ରା ଗ୍ରୁପ ଦ୍ୱାରା କ୍ରୁଟ ସମ୍ମାନିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.