ସରିଲା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ, ଆତଙ୍କବାଦ ଉପରେ ଗୁରୁତ୍ୱାରୋପ କଲା ଭାରତ

ସରିଲା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ । ଗୋଆରେ ଦୁଇ ଦିନ ଧରି ଚାଲିଥିଲା ସମ୍ମିଳନୀ। ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସ୍ଥିତି ସହ ଆତଙ୍କବାଦ ମୁକାବିଲ ଏବଂ ଏସସିଓର କଳେବର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇଛି। ଆତଙ୍କବାଦ, ଆଞ୍ଚଳିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛି ଭାରତ ।

ଇରାନ୍‌ ଏବଂ ବେଲାରୁଷକୁ ଏସସିର ସଦସ୍ୟ କରିବା ନେଇ ସମ୍ମିଳନୀରେ ଆଲୋଚନା ହୋଇଛି। ଏସସିଓ ଅବସରରେ ରୁଷ, ଚୀନ, କାଜାଖସ୍ତାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଆଲୋଚନା କରିଛନ୍ତି ଜୟଶଙ୍କର। ଆଲୋଚନାରେ ଏକାଧିକ ପ୍ରସଙ୍ଗ ସ୍ଥାନ ପାଇଥିଲା।