କର୍ଣ୍ଣାଟକ ନିର୍ବାଚନ, ପ୍ରଚାର ମୈଦାନରେ ଷ୍ଟାର ଓ୍ଵାର

ପାଖେଇଲା କର୍ଣ୍ଣାଟକ ନିର୍ବାଚନ । ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ। ପ୍ରଚାର ମୈଦାନରେ ଷ୍ଟାର ଓ୍ଵାର। ଭୋଟ ହାତେଇବାକୁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ। ଶୀର୍ଷରେ ପହଞ୍ଚିଛି ଆରୋପ ପ୍ରତ୍ୟାରୋପ। ଆଜି ମାରାଥନ ରାଲି ଓ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି।

‘ଦି କେରଳ ଷ୍ଟୋରୀ’ ଫିଲ୍ମକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି। ଏହି ଫିଲ୍ମ ଆତଙ୍କବାଦ ଷଡ଼ଯନ୍ତ୍ର ଉପରେ ଆଧାରିତ। ଆତଙ୍କବାଦକୁ ଏହି ଫିଲ୍ମ ସାମ୍ନାକୁ ଆଣିଛି। ଏହି ଫିଲ୍ମକୁ ବିରୋଧ କରିବା ଅର୍ଥ ଆତଙ୍କବାଦକୁ ସମର୍ଥନ। ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦକୁ କଂଗ୍ରେସ ସୁରକ୍ଷା ଦେଇଛି ବୋଲି ମୋଦି ଅଭିଯୋଗ କରିଛନ୍ତି। ଏଥିସହ ବିକାଶ ପ୍ରସଙ୍ଗରେ ମଧ୍ୟ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି ।