Below header

ଭାରତ-ପାକ ସୀମାରେ ବଢୁଛି ଅନୁପ୍ରବେଶ, ଘଟି ଚାଲିଛି ଅସ୍ତ୍ର ବିରତି ଉଲଂଘନ

କେନ୍ୟୁଜ୍(ବ୍ୟୁରୋ):  ଭାରତ-ପାକ ସୀମାରେ ବଢୁଛି ଅନୁପ୍ରବେଶ । ଗତ ଫେବୃଆରୀରୁ ଜୁନ ଶେଷ ପର୍ଯ୍ୟନ୍ତ ପାକ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ ହୋଇନଥିଲା । ତେବେ ଗତ କିଛି ଦିନ ହେଲା ଅନୁପ୍ରବେଶ ବଢିବା ସହ ଅସ୍ତ୍ର ବିରତି ଉଲଂଘନ ହେଉଛି । ଗତ ୧୦ ଦିନ ଭିତରେ ୨ଥର ଅସ୍ତ୍ର ବିରତି ଉଲଂଘନ ହୋଇଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରଭାଣେ ସୂଚନା ଦେଇଛନ୍ତି । ତେବେ ଶତ୍ରୁକୁ କଡା ଜବାବ ଦେବାକୁ ଭାରତ ସେନା ପ୍ରସ୍ତୁତ ଅଛି ।

ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ନ କରିବାକୁ ଡିଜିଏମଓ ବୈଠକରେ ପାକିସ୍ତାନକୁ ବାରମ୍ବାର କୁହାଯାଉଥିଲେ ବି ଫଳ ଶୂନ ରହିଛି । ନରବାଣେ ଏବେ ଦୁଇ ଦିନିଆ ଲଦାଖ ଗ୍ରସ୍ତରେ ଅଛନ୍ତି । ସେହିପରି ସେହିପରି ଆଫଗାନିସ୍ତାନ ପରିସ୍ଥିତି ଉପରେ ବି ନଜର ରଖାଯାଉଥିବା ନରବାଣେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.