ଅଲଗା ହେଲେ ନାଗା ଚୈତନ୍ଯ ଓ ସାମନ୍ଥା, ଇନଷ୍ଟାଗ୍ରାମରେ ସେୟାର କରି ଜଣାଇଲେ ସାମନ୍ଥା

ତେଲୁଗୁ ଫିଲ୍ମର ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ନାଗା ଚୈତନ୍ଯ ଏବଂ ସାମନ୍ଥା ପରସ୍ପର ଠାରୁ ଅଲଗା ହେଉଛନ୍ତି। ଗତ କିଛିଦିନ ତଳୁ ଦୁହିଁଙ୍କ ବିବାହ ବିଚ୍ଛେଦ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଆଜି ଏହି ଖବରରେ ପୂର୍ଣ୍ଣଚ୍ଛେଦ ପଡିଛି। ଏହାକୁ ନେଇ ସାମନ୍ଥା ଆଜି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସାମନ୍ଥା ଲେଖିଛନ୍ତି, ‘ବହୁ ବିଚାରବିମର୍ଶ ଏବଂ ଚିନ୍ତା ପରେ ଆମେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏତେ ଦିନର ବନ୍ଧୁତା ପାଇ ଆମେ ଭାଗ୍ୟବାନ। ଆମ ଦୁହିଁଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ବନ୍ଧୁତା ରହିବ। ମୋର ଫ୍ଯାନ, ଶୁଭେଚ୍ଛୁ ଏବଂ ମିଡିଆ ବନ୍ଧୁମାନେ ଏପରି ମୁହୂର୍ତ୍ତରେ ବହୁତ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ଯବାଦ। ଆପଣମାନଙ୍କ ସହଯୋଗ ପାଇଁ ଧନ୍ଯବାଦ।’

 

View this post on Instagram

 

A post shared by S (@samantharuthprabhuoffl)

ସୂଚନାଯୋଗ୍ଯ, ଦୁହେଁ ଗତ ୪ ବର୍ଷ ତଳେ ବିବାହ କରିଥିଲେ। ଆଉ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ମଧ୍ୟ ଚାଲିଥିଲା। କିନ୍ତୁ କ’ଣ ପାଇଁ ଦୁହେଁ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହା ହୁଏତ ପରେ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.