ୟେମେନରେ ଇରାନ ସମର୍ଥିତ ହାଉତି ଆଡ୍ଡାରେ ଆକ୍ରମଣ, ଆମେରିକା ଓ ବ୍ରିଟେନର ମିଳିତ ଆଟାକ
ୟେମେନରେ ଇରାନ ସମର୍ଥିତ ହାଉତି ଆଡ୍ଡାରେ ଆମେରିକା ଓ ବ୍ରିଟେନର ମିଳିତ ଆଟାକ । ରେଡ ସିରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଏୟାର ଷ୍ଟ୍ରାଇକ । ୟେମନରେ ୧୩ଟି ସ୍ଥାନରେ ୩୬ଟି ଟାର୍ଗେଟରେ ଆମେରିକା ଓ ବ୍ରିଟେନ ପକ୍ଷରୁ ମିଳିତ ହମଲା କରାଯାଇଛି ।

ନୂଆଦିଲ୍ଲୀ : ୟେମେନରେ ଇରାନ ସମର୍ଥିତ ହାଉତି ଆଡ୍ଡାରେ ଆମେରିକା ଓ ବ୍ରିଟେନର ମିଳିତ ଆଟାକ। ରେଡ ସିରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଏୟାର ଷ୍ଟ୍ରାଇକ । ୟେମନରେ ୧୩ଟି ସ୍ଥାନରେ ୩୬ଟି ଟାର୍ଗେଟରେ ଆମେରିକା ଓ ବ୍ରିଟେନ ପକ୍ଷରୁ ମିଳିତ ହମଲା କରାଯାଇଛି । ବିଶେଷକରି ହାଉତି ଅସ୍ତ୍ରାଗାର, ମିସାଇଲ ସିଷ୍ଟମ ଓ ଲଞ୍ଚପ୍ୟାଡରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ । ଡ୍ରୋନ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ଆକ୍ରମଣରେ ନଷ୍ଟ ହୋଇଛି । ରେଡ ସିରେ ହାଉତିର ଆଣ୍ଟି ସିପ କ୍ରୁଜ ମିସାଇଲ ଉପରେ ଆମେରିକା ଆଟାକ କରିଛି ।
ବ୍ରିଟେନ ପ୍ରତିରକ୍ଷା ସଚିବ କହିଛନ୍ତି, ଉତ୍ତେଜନା ବୃଦ୍ଧି ନୂଆ ଆଟାକର ଉଦ୍ଦେଶ୍ୟ ନୁହେଁ । ହାଉତି ଭିତ୍ତିଭୂମିକୁ ଧ୍ବଂସ ପାଇଁ ଏହି ମିଶନ କରାଯାଇଛି । ଇରାନ ଓ ସିରିଆରେ ଥିବା ଆତଙ୍କବାଦୀଙ୍କ ୮୫ଟି ଆଡ୍ଡା ଉପରେ ଭୟଙ୍କର ହମଲାର ଦିନକ ପରେ ୟେମେନରେ ହାଉତି ଆଡ୍ଡାରେ ଏୟାର ଷ୍ଟ୍ରାଇକ ହୋଇଛି । ଫାଇଟର ଜେଟରୁ ଆମେରିକାର ମିସାଇଲ ମାଡ଼ରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ଆମେରିକାର ଜୋର୍ଡାନ ବେସ୍ ଉପରେ ଡ୍ରୋନ ଆକ୍ରମଣ କରିଥିଲେ ଇରାନ ସମର୍ଥିତ ଆତଙ୍କବାଦୀ। ଏଥିରେ ୩ ଜଣ ଆମେରିକୀୟ ସୈନ୍ୟ ନିହତ ହେବା ସହ ବହୁ ସୈନ୍ୟ ଆହତ ହୋଇଥିଲେ। ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା ଦେଖାଦେଇଛି ।