ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଙ୍ଗୁର, ପ୍ରତିଦିନ ଖାଆନ୍ତୁ ମିଳିବ ଅନେକ ରୋଗରୁ ମୁକ୍ତି

ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଫଳ ଏବଂ ପନିପରିବାକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । ଅଙ୍ଗୁର ଖାଇବା ଦ୍ୱାରା କର୍କଟ, ଆଲଜାଇମର, ପାର୍କିସନ୍ସ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ତେବେ ଆସନ୍ତୁ ଜାଣିବା ଅଙ୍ଗୁର ଖାଇବାର ଲାଭ କ’ଣ ଏବଂ କେଉଁ ରୋଗ ଉପରେ ଅଙ୍ଗୁର ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ।

ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଫଳ ଏବଂ ପନିପରିବାକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ । ନିୟମିତ ଫଳ ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ ହୋଇପାରିବ । ଆପଲ୍ ଠାରୁ ଅଙ୍ଗୁର ପର୍ଯ୍ୟନ୍ତ ଅନେକ ଫଳ ଅଛି ଯାହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ ବରଂ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ । ଅନେକ ପ୍ରକାରର ଅଙ୍ଗୁର ବଜାରରେ ଉପଲବ୍ଧ । କଳା ଅଙ୍ଗୁର, ସବୁଜ ଅଙ୍ଗୁର, ହାଲୁକା ହଳଦିଆ ଅଙ୍ଗୁର ଏବଂ ନାଲି ଅଙ୍ଗୁର ମଧ୍ୟ ଉପଲବ୍ଧ । ଅଙ୍ଗୁର ଖାଇବା ଦ୍ୱାରା କର୍କଟ, ଆଲଜାଇମର, ପାର୍କିସନ୍ସ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ତେବେ ଆସନ୍ତୁ ଜାଣିବା ଅଙ୍ଗୁର ଖାଇବାର ଲାଭ କ’ଣ ଏବଂ କେଉଁ ରୋଗ ଉପରେ ଅଙ୍ଗୁର ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ।

ଏହି ସବୁ ରୋଗ ପାଇଁ ଅଙ୍ଗୁର ଖୁବ ଉପକାରୀ:

ହୃଦୟ ପାଇଁ ଲାଭଦାୟକ- ଅଙ୍ଗୁର ଖାଇବା ଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଙ୍ଗୁରରୁ ଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ବ୍ଲଡ ପ୍ରେସର ଏବଂ କୋଲେଷ୍ଟ୍ରଲ ଲେବଲକୁ କମ୍ ରଖେ । ଏହା ହୃଦରୋଗକୁ ହ୍ରାସ କରିଥାଏ ।

ଆଣ୍ଟି-କ୍ୟାନ୍ସର ଗୁଣରେ ଭରପୂର- ଅଙ୍ଗୁରରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ ଯାହା କ୍ୟାନ୍ସର ରୋଗର ଆଶଙ୍କା ହ୍ରାସ କରିଥାଏ । ଅଙ୍ଗୁର ଖାଇବା ଦ୍ୱାରା କ୍ୟାନ୍ସର ରୋଗର ବୃଦ୍ଧି ଏବଂ ପ୍ରସାର କମିଯାଇଥାଏ ।

ହାଡ଼ ପାଇଁ ଲାଭଦାୟକ- ଅଙ୍ଗୁରରେ ଭଲ ପରିମାଣର ପୋଟାସିୟମ୍, ମାଙ୍ଗାନିଜ୍ ଏବଂ ଭିଟାମିନ୍ ବି, ଭିଟାମିନ୍ ସି ଏବଂ ଭିଟାମିନ୍ କେ ମିଳିଥାଏ । ଯେଉଁ କାରଣରୁ ହାଡ ଶକ୍ତିଶାଳୀ ହୁଏ । ଅଙ୍ଗୁର ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ମଧ୍ୟ କମିଯାଏ ।

ଚର୍ମ ଏବଂ କେଶକୁ ସୁସ୍ଥ ରଖେ- ଯେଉଁମାନେ ପ୍ରତିଦିନ ଅଙ୍ଗୁର ଖାଆନ୍ତି ସେମାନଙ୍କ ସ୍କିନ ଗ୍ଲୋଇଂ ଏବଂ କେଶ ଖୁବ ହେଲ୍ଦି ରହିଥାଏ । ଅଙ୍ଗୁରରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ରିଜଭାଟ୍ରୋଲ୍ ଚର୍ମକୁ କ୍ଷତିରୁ ରକ୍ଷା କରିଥାଏ । ଏହା କେଶକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କୋଷ୍ଠକାଠିନ୍ୟରୁ ମୁକ୍ତି ପ୍ରଦାନ କରେ- ଅଙ୍ଗୁରରେ ପ୍ରଚୁର ଫାଇବର ଏବଂ ଜଳ ରହିଥାଏ, ଯାହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇପାରେ । ପ୍ରତିଦିନ ଅଙ୍ଗୁର ଖାଇବା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରେ ନାହିଁ ।

ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ- ଅଙ୍ଗୁରରେ ଜଳ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଓଜନ ନିୟନ୍ତ୍ରଣ କରିପାରିବ । ଅଙ୍ଗୁର ଭୋକ ଏବଂ ମେଦବହୁଳତା ହ୍ରାସ କରେ । ଅଙ୍ଗୁର ଆମ ଶରୀରକୁ ନ୍ୟାଚୁରାଲ ସୁଗାର ଯୋଗାଇଥାଏ ଯାହା ଦ୍ୱାରା ମିଠା ପାଇଁ କ୍ରେଭିଙ୍ଗ ପୂରଣ ହୋଇପାରିବ ।

ଡାଇବେଟିସର ଆଶଙ୍କା ହ୍ରାସ କରେ- ଯଦିଓ ଅଙ୍ଗୁର ଏକ ମିଠା ଫଳ, କିନ୍ତୁ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଥାଏ । ତେଣୁ ଡାଇବେଟିସ ରୋଗୀମାନେ ମଧ୍ୟ ୨-୪ଟି ଅଙ୍ଗୁର ଖାଇପାରିବେ । ଅଙ୍ଗୁରରେ ମିଳୁଥିବା ଉପାଦାନଗୁଡ଼ିକ ହାଇ ବ୍ଲଡ ସୁଗାର ହେବାର ଆଶଙ୍କା କମାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.