ହାମାସକୁ ଇସ୍ରାଏଲ୍‌ର ପାଲଟା ଆକ୍ରମଣ, ଗଲାଣି ୪୦୦ ଲୋକଙ୍କ ଜୀବନ

ଇସ୍ରାଏଲ୍‌ ନିଜ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସ ରକେଟ ଆକ୍ରମଣର ଉତ୍ତର ଦେଇଛି । ଇସ୍ରାଏଲ ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ହାମାସର ଅନେକ ରକେଟକୁ ଧ୍ୱଂସ କରିଛି । କିନ୍ତୁ ଆବାସିକ ଅଞ୍ଚଳରେ ରକେଟ ଫଡ଼ିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଆରମ୍ଭ ହୋଇଛି ହାମାସ-ଇସ୍ରାଏଲ୍‌ ଯୁଦ୍ଧ । ଏହି ଭୟଙ୍କର ଯୁଦ୍ଧ ସମସ୍ତଙ୍କୁ କରିଛି ଭୟଭୀତ । ଏହି ଯୁଦ୍ଧରେ ପାଖାପାଖି ୪୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ଇସ୍ରାଏଲ୍‌ ଆରମ୍ଭ କରିଛି ପାଲଟା ଆକ୍ରମଣ । ଗତ କାଲି ଅର୍ଥାତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ କାରଣରୁ ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ ସମର୍ଥକ ହାମାସ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଛି ।

ଇସ୍ରାଏଲ୍‌ ନିଜ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସ ରକେଟ ଆକ୍ରମଣର ଉତ୍ତର ଦେଇଛି । ଇସ୍ରାଏଲ ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ହାମାସର ଅନେକ ରକେଟକୁ ଧ୍ୱଂସ କରିଛି । କିନ୍ତୁ ଆବାସିକ ଅଞ୍ଚଳରେ ରକେଟ ଫଡ଼ିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର ନାଗରିକମାନେ ଆମେ ଯୁଦ୍ଧରେ ରହିଛୁ, କୌଣସି ଅପରେସନ୍ କିମ୍ବା ରାଉଣ୍ଡରେ ନୁହେଁ, ବରଂ ଯୁଦ୍ଧରେ ଏବଂ ଏହା ସହିତ ଇସ୍ରାଏଲ ସେନା ହାମାସ ଉପରେ କାଉଣ୍ଟର ଆଟାକ ଆରମ୍ଭ କରିଥିଲା ।

ଏହି ସମୟରେ, ଇସ୍ରାଏଲ୍ ବାୟୁସେନା ଦାୟିତ୍ୱ ଗ୍ରହଣ କରିଥିଲା ଏବଂ ଯେଉଁଠାରେ ହାମାସ ଆତଙ୍କବାଦୀମାନେ ରହିଥିଲେ ସେହି ସ୍ଥାନ ଉପରେ ବୋମା ମାଡ଼ କରିଥିଲା । ଅନ୍ୟପଟେ ଯେତେବେଳେ ହାମାସର ଯୁଦ୍ଧବିମାନ ସମୁଦ୍ର ପଥ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ସେତେବେଳେ ଇସ୍ରାଏଲ୍ ବାୟୁସେନା ହାମାସର ଆକ୍ରମଣକାରୀଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଆତଙ୍କବାଦୀମାନଙ୍କର ମୃତ୍ୟୁ ହୋଇଥିଲା ଏବଂ ସେମାନେ ସମୁଦ୍ରରେ ହିଁ ଲୀନ ହୋଇଥିଲେ ।

ସୂଚନା ଥାଉ କି, ଇସ୍ରାଏଲ୍ ସେନା ଏବଂ ବାୟୁସେନା ବ୍ୟତୀତ ଏହାର ନୌସେନା ମଧ୍ୟ ଯୁଦ୍ଧରେ ସାମିଲ ଅଛି । ସମୁଦ୍ର ପଥ ଦେଇ ହାମାସ ଉପରେ ପାଲଟା ଆକ୍ରମଣ ଆରମ୍ଭ ହୋଇଛି । ଇସ୍ରାଏଲ୍ ଏୟାର ବେସରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ଏବଂ ଇସ୍ରାଏଲ୍ ସେନାର ମହିଳା ସୈନିକମାନେ ମଧ୍ୟ ବାୟୁସେନା ପାଇଁ ଯୁଦ୍ଧ ବିମାନ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ପ୍ରତ୍ୟେକ ବିମାନକୁ ଖୁବ୍ କମ୍ ସମୟ ମଧ୍ୟରେ ବୋମା ସହିତ ପ୍ରସ୍ତୁତ କରାଯାଉଛି ଏବଂ ଗାଜା ଷ୍ଟ୍ରିପ୍ କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏହା ସମଗ୍ର ବିଶ୍ୱ ଉପରେ ବ୍ୟାପକ ପ୍ରଭାବ ପକାଇବାକୁ ଯାଉଛି । ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବା ସହିତ ଏକ ବଡ଼ ଅର୍ଥନୈତିକ ପ୍ରଭାବ ମଧ୍ୟ ପଡ଼ିବ । ବର୍ତ୍ତମାନ, ଇସ୍ରାଏଲ୍ ଯେଉଁଭଳି ଭାବରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛି, ଅନୁମାନ କରାଯାଉଛି ଯେ ସଙ୍କଟ ବହୁତ ବଡ଼ ହେବ ଏବଂ ସମାଧାନର କୌଣସି ଆଶା ଦେଖାଯାଉ ନାହିଁ।
ସୂଚନା ଯୋଗ୍ୟ ଯେ, ଏମାନଙ୍କ ମଧ୍ୟରେ ଯୁଦ୍ଧ ୧୦୦ ବର୍ଷ ହେଲାଣି ଜାରି ରହିଛି । ଗାଜା ପଟ୍ଟୀ ଏବଂ ଗେଲେନ ହହାଇଟ୍ସ ଭଳି ଅଞ୍ଚଳ ବିବାଦରେ ରହିଛି । ପାଲେଷ୍ଟାଇନ ଭଳି ଅଞ୍ଚଳ ସମେତ ପୂର୍ବ ୟଶୁଶଲମ ଉପରେ ଗାଜା ଅଧିକାର ସାବ୍ୟସ୍ତ କରୁଛି । କିନ୍ତୁ ଇସ୍ରାଏଲ ଏହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ତେଣୁ ଏଭଳି ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି । ଏହାର ପରିଣତି କଣ ହେବ ତାହା କହିବା ମୁସ୍କିଲ । କିନ୍ତୁ ଏହାର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିବ ।