ଆଜି ବାୟୁସେନା ଦିବସ, ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ
୧୦୦ରୁ ଅଧିକ ବିମାନ ଏବଂ ହେଲିକପ୍ଟର କରିବେ ପ୍ରଦର୍ଶନ । ବାୟୁସେନାର ଶକ୍ତି, ସାମର୍ଥ୍ୟ, ଶୌଯ୍ୟ ଦେଖାଇବେ ବାୟୁ ବୀର ।
![airforce day](https://knewsodisha.com/wp-content/uploads/2023/10/New-Project-97.jpg)
କେନ୍ୟୁଜ୍(ବ୍ୟୁରୋ): ଆଜି ବାୟୁସେନା ଦିବସ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବ ଏୟାର ଫୋର୍ସର ମେଗା ଏୟାର ସୋ । ୧୦୦ରୁ ଅଧିକ ବିମାନ ଏବଂ ହେଲିକପ୍ଟର କରିବେ ପ୍ରଦର୍ଶନ । ବାୟୁସେନାର ଶକ୍ତି, ସାମର୍ଥ୍ୟ, ଶୌଯ୍ୟ ଦେଖାଇବେ ବାୟୁ ବୀର । ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶିତ କରିବେ ।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା । ଚଳିତ ବର୍ଷ ଭାରତ ଏହାର ୯୧ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଏବଂ ଦେଶରେ ବାୟୁସେନାର ଅବଦାନକୁ ପ୍ରଶଂସା କରାଯାଏ ।