ଇସ୍ରାଏଲରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା, ଖୁବଶୀଘ୍ର ଫେରିପାରନ୍ତି ଭାରତ !

ହାଇଫା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ସାମିଲ ହେବାକୁ ଯାଇଥିଲେ ନୁସରତ । ଶନିବାର ମଧ୍ୟାହ୍ନ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିଲା । ଖୁବଶୀଘ୍ର ଅଭିନେତ୍ରୀ ଜଣକ ଭାରତ ସୁରକ୍ଷିତ ଫେରିବେ ବୋଲି ଖବର ମିଳିଛି ।

ଇସ୍ରାଏଲରେ ଫସିଛନ୍ତି ଭାରତୀୟ ଅଭିନେତ୍ରୀ ନୁସରତ ଭରୁଚା । ହାଇଫା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ସାମିଲ ହେବାକୁ ଯାଇଥିଲେ ନୁସରତ । ଶନିବାର ମଧ୍ୟାହ୍ନ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିଲା । ନୁସରତଙ୍କ ଟିମର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି । ତେବେ ନୁସରତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ।

ଏବେ ନୁସରତ ସୁରକ୍ଷିତ ଭାବେ ଏୟାରପୋର୍ଟ ପହଞ୍ଚିସାରିଛନ୍ତି । ଖୁବଶୀଘ୍ର ବିମାନ ଯୋଗେ ଭାରତକୁ ଫେରିବେ ବୋଲି ଖବର ମିଳିଛି । ଅଭିନେତ୍ରୀ ଜଣକ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି ।ନୁସରତ ଖୁବଶୀଘ୍ର ଇସ୍ରାଏଲରୁ ଭାରତ ଆସିବା ପାଇଁ ବିମାନରେ ଉଡାଣ ଭରିବେ । ଇସ୍ରାଏଲ ଓ ଫିଲିସ୍ତାନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ପାଖାପାଖି ୨୦୦୦ ଆହତ ହୋଇଛନ୍ତି ।

ଟିମର ଜଣେ ସଦସ୍ୟ କହିଛନ୍ତି, ନୁସରତ ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଭାଗ ନେବାକୁ ଇସ୍ରାଏଲ ଯାଇଥିଲେ । ମାତ୍ର ସେଠାରେ ସେ ଫଶି ଯାଇଛନ୍ତି । ୭ ତାରିଖ ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ଶେଷ ଥର ପାଇଁ ନୁସରତଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ସମୟରେ ସେ ଏକ ବେସମେଣ୍ଟରେ ସୁରକ୍ଷିତ ଭାବେ ରହିଥିଲେ । ତେବେ ସେ କେଉଁ ବେସମେଣ୍ଟରେ ରହିଥିଲେ ସେନେଇ ଖୁଲାସା କରାଯାଇ ନାହିଁ । ତା’ପରଠାରୁ ତାଙ୍କ ସହ ସମ୍ପର୍କ କରିବା ସମ୍ଭବପର ହେଉନାହିଁ । ତାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ନେଇ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ନୁସ୍ରତଙ୍କ ଫିଲ୍ମ ‘ଅକେଲୀ’ ରିଲିଜ ହୋଇଥିଲା । ଇରାକ ଗୃହଯୁଦ୍ଧରେ ଫଶିଥିବା ଗୋଟିଏ ଯୁବତୀଙ୍କ କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଥିଲା । ଯୁବତୀ ଜଣଙ୍କ ନିଜ ଘରକୁ ଫେରିବା ପାଇଁ ସଂଘର୍ଷ କରୁଥିବାର ଦୃଶ୍ୟ ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.