Below header

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ପକ୍ଷରୁ ୧୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

BEL ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ । ବିଟେକ୍‌ କରିଥିଲେ ୧୫ ଅକ୍ଟୋବର ପୂର୍ବରୁ କରନ୍ତୁ ଆବେଦନ । ଜାଣନ୍ତୁ କେମିତି କରିବେ ।

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଷ୍ଟେପସ ଜରିଆରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୨୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ବିଇ/ବିଟେକ କରିଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ବର୍ଷରୁ ଅଧିକ ନ ହେବା ଜରୁରୀ । ସଂରକ୍ଷିତବର୍ଗଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁର ଆୟୋଜନ ୧୮, ୧୯, ୨୦ ଅକ୍ଟୋବରରେ ହେବ ।

ଇଣ୍ଟରଭ୍ୟୁ ଠିକଣା :

Bharat Electronics Limited, Central Research Laboratory (CRL), Entrance- Opposite Indraprastha Engineering College, Site IV, Sahibabad Industrial Area, Bharat Nagar Post, Ghaziabad-201010

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ େଓ୍ଵବସାଇଟbel-india.in କୁ ଯାଇ ଆବେଦନ କରିପାରିବେ ।

ଏହାପରେ ହୋମପେଜ କ୍ୟାରିଅର ଟାବରେ କ୍ଲିକ କରନ୍ତୁ ।
ପରେ ଲଗଇନ ବଟନ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ନୂଆ ପେଜରେ ସମସ୍ତ ବିବରଣୀ ଭରିବା ପରେ ରେଜିଷ୍ଟ୍ରେସନ କରନ୍ତୁ ।
ତା’ ପରେ ଆବେଦନ କରନ୍ତୁ ।
ଏବେ ଫର୍ମ ସବମିଟ୍‌ କରନ୍ତୁ ।
ଏହାପରେ ଆବେଦନଫର୍ମ ଡାଉନଲୋଣ୍ଟ କରି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.