ବିଶ୍ୱକପ ୨୦୨୩ : ଗିଲ୍ଙ୍କ ସ୍ଥାନରେ ଈଶାନ କିଶନ, କରିପାରନ୍ତି ରୋହିତଙ୍କ ସହିତ ଓପନିଂ
ବିଶ୍ୱକପ ୨୦୨୩ରେ ଭାରତ ଅଷ୍ଟ୍ରେଲିଆ ସହିତ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ହେଲେ ମ୍ୟାଚ୍ ପୂର୍ବରୁ ଭାରତ ଟିମର ଚିନ୍ତା ବଢିଯାଇଛି । ଟିମର ଷ୍ଟାର ଓପନର ଶୁବମନ ଗିଲ ଡେଙ୍ଗୁରେ ପୀଡିତ ହେବା ପରେ ଓପନିଂ କିଏ କରିବ ତାହାକୁ ନେଇ ଚିନ୍ତା ଲାଗିଛି । ତେବେ ଗିଲ୍ଙ୍କ ସ୍ଥାନରେ ଈଶାନ କିଶନଙ୍କ ସ୍ଥାନ ମିଳିପାରେ ବୋଲି ଖବର ମିଳିଛି ।
![ishana](https://knewsodisha.com/wp-content/uploads/2023/10/ishana.jpg)
ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଅଭିଯାନ ପ୍ରଥମ ମ୍ୟାଚ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଆରମ୍ଭ କରିବ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦିନ ୨ଟାରୁ ଆରମ୍ଭ ହେବ । ଏହି ମ୍ୟାଚରେ ଭାରତ ଟିମର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଟିମର ଦାୟିତ୍ୱ ପ୍ୟାଟ୍ କେମିନ୍ସଙ୍କ ହାତରେ ରହିଛି । ଦୀର୍ଘ ୧୨ ବର୍ଷ ପରେ ଭାରତକୁ ବିଶ୍ୱକପ ଫେରିଥିବା ବେଳେ ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ ଟିମ ।
ଏହି ମ୍ୟାଚ ପୂର୍ବରୁ ଭାରତ ଟିମର ଚିନ୍ତା ବଢିଯାଇଛି । ଟିମର ଷ୍ଟାର ଓପନର ଶୁବମନ ଗିଲ ଡେଙ୍ଗୁରେ ପୀଡିତ ହେବା ପରେ ଓପନିଂ କିଏ କରିବ ତାହାକୁ ନେଇ ଚିନ୍ତା ଲାଗିଛି । ତେବେ ଗିଲ୍ଙ୍କ ସ୍ଥାନରେ ଈଶାନ କିଶନଙ୍କ ସ୍ଥାନ ମିଳିପାରେ ବୋଲି ଖବର ମିଳିଛି । ଈଶାନ ମ୍ୟାଚ୍ ପୂର୍ବରୁ ନେଟସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲେ । ଯଦି ଈଶାନ ଖେଳିବେ, ତେବେ ରୋହିତ ଶର୍ମାଙ୍କ ସହିତ ଓପନିଂ କରିବେ ।
ବ୍ୟାଟିଂରେ ଗିଲ ନଥିବାରୁ ରୋହିତ ଓ ଈଶାନ ଓପନ କରିବେ। ୩ନଂରେ ବିରାଟ, ୪ନଂ ଶ୍ରେୟସ ଆୟର, ୫ନଂରେ କେଏଲ ରାହୁଲ, ୬ନଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୭ନଂରେ ଜାଡେଜା ବ୍ୟାଟିଂ କରିବେ। ସେହିପରି ବୋଲିଂରେ ଅଶ୍ୱିନଙ୍କ ସହ ଜାଡେଜା ଓ କୁଲଦୀପ ଯାଦବ ରହିଛନ୍ତି । ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ସମ୍ଭାଳିବେ। ହାର୍ଦ୍ଦିକ ମଧ୍ୟ ଏମାନଙ୍କ ସାଥିରେ ରହିଛନ୍ତି ।
୨୦୧୧ରେ ଭାରତରେ ବିଶ୍ୱକପ ଖେଳା ଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ଟ୍ରଫି କବଜା କରିଥିଲା । ଚଳିତବର୍ଷ ମଧ୍ୟ ରୋହିତ ବାହିନୀ ଠାରୁ କ୍ରିକେଟ ଫ୍ୟାନ୍ସ ଏଭଳି ଆଶା ରଖିଛନ୍ତି ।
ଏସିଆନ ଗେମ୍ସରେ ଭାଗ ଦେଇଥିବା ଭାରତୀୟ ଯୁବ କ୍ରିକେଟ ବାହିନୀ ସ୍ୱର୍ଣ୍ଣ ପଦକ ହାତେଇଛି। ଏବେ ସିନିୟର ଟିମ ବିଶ୍ୱକପ ଜିତି ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରୁ ବୋଲି ସମସ୍ତେ ଆଶା କରିଛନ୍ତି। ଭାରତରେ ବିଶ୍ୱକପ ଖେଳା ଯାଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ଆଶା ଅଧିକ ବଢ଼ି ଯାଇଛି।
Which captain comes out on top today? 🤔#CWC23 pic.twitter.com/Pqc7qywhGV
— ICC (@ICC) October 8, 2023
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଈଶାନ କିଶନ, ବିରାଟ କୋହଲି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ।
ଅଷ୍ଟ୍ରେଲିଆ ସ୍କ୍ୱାଡ: ପାଟ କମିନ୍ସ, ଷ୍ଟିଭ ସ୍ମିଥ, ଆଲେକ୍ସ କେରୀ, ଜୋଶ ଇଙ୍ଗଲିସ, ସେନ ଆବୋଟ୍ଟ, ମାର୍ନସ ଲାବୁଶେନ, କାମେରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ଓ ମିଚେଲ ଷ୍ଟାର୍କ।