ପୁଣି ବଡ଼ ପଦବୀରେ ଓଡ଼ିଆ ପୁଅ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ହେଲେ ଭଦ୍ରକର ଚିତ୍ତରଞ୍ଜନ ତ୍ରିପାଠୀ
ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ । ସେ ଏକାଧାରରେ ଜଣେ ନିର୍ଦ୍ଦେଶକ ଅଭିନେତା, ସଙ୍ଗୀତକାର ହିସାବରେ ଓଲିଉଡ ଓ ବଲିଉଡରେ ତାଙ୍କର ଆସନ ବଜାୟ ରଖିଛନ୍ତି ।
କେନ୍ୟୁଜ୍(ବ୍ୟୁରୋ): ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପାଇଛି ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ । ଭଦ୍ରକ ଚାନ୍ଦବାଲିର ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ମିଳିଛି ଏହି ସୌଭାଗ୍ୟ । ବହୁ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି।
ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ । ସେ ଏକାଧାରରେ ଜଣେ ନିର୍ଦ୍ଦେଶକ ଅଭିନେତା, ସଙ୍ଗୀତକାର ହିସାବରେ ଓଲିଉଡ ଓ ବଲିଉଡରେ ତାଙ୍କର ଆସନ ବଜାୟ ରଖିଛନ୍ତି । ୨୦୦୭ରେ ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ୍ ସଫଳତା ହାସଲ କରିଥିଲା। ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।