Below header

ହମାସ୍‌ ସହ ଯୁଦ୍ଧ ମଧ୍ୟରେ ପିଏମ୍‌ ମୋଦିଙ୍କ ସହିତ ଫୋନ୍‌ରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ

ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।

ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ପିଏମ୍‌ ମୋଦି କହିଛନ୍ତି ଯେ ଏଭଳି କଠିନ ସମୟରେ ସମସ୍ତ ଭାରତୀୟ ଇସ୍ରାଏଲ ସହିତ ଛିଡା ହୋଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ପରେ ପିଏମ୍‌ ମୋଦି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଫୋନ୍‌ କରି ଇସ୍ରାଏଲର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦି ଲେଖିଛନ୍ତି ଯେ ଏହି କଷ୍ଟ ସମୟରେ ସମସ୍ତ ଭାରତୀୟ ଇସ୍ରାଏଲ ସହିତ ଛିଡ଼ା ହୋଇଛନ୍ତି। ଭାରତ କୌଣସି ବି ପ୍ରକାରର ଆତଙ୍କବାଦକୁ ପ୍ରୋତ୍ସାହନ ଦିଏ ନାହିଁ। ମୋଦି ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।

ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଶନିବାର ସକାଳେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରି ସମଗ୍ର ବିଶ୍ୱକୁ ଚକିତ କରି ଦେଇଥିଲା। ହମାସର ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପଶି ଆତଙ୍କ ସୃଷ୍ଟି କରିଥିଲେ ଏବଂ ଲୋକଙ୍କ ଜୀବନ ନେଇଥିଲେ। ହମାସ ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ରୁ ଅଧିକ ଇସ୍ରାଏଲର ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଏବଂ ସୈନିକ ସାମିଲ ଅଛନ୍ତି।

ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ କ୍ରୋଧିତ ଅବସ୍ଥାରେ ଅଛି ଏବଂ କ୍ରମାଗତ ଭାବରେ ପାଲଟା ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଗାଜା ପଟିରେ ଥିବା ହମାସର ଅନେକ ଠିକଣାକୁ ଧ୍ୱଂସ କରିଦେଇଛି। ଇସ୍ରାଏଲ୍ ଦାବି କରିଛି ଯେ ଏହା ଏ ପର୍ଯ୍ୟନ୍ତ ୧୫୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ନିପାତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.