ଜରିନ ଖାନଙ୍କୁ ଆଶ୍ୱସ୍ତି, ଆରେଷ୍ଟ ଓ୍ଵାରେଣ୍ଟ ବାତିଲ କଲେ କୋଲକତା ମାଜିଷ୍ଟ୍ରେଟ୍‌

ଜରିନ ଖାନଙ୍କ ନାମରେ ଜାରି ହୋଇଥିବା ଆରେଷ୍ଟ ଓ୍ଵାରେଣ୍ଟକୁ ରଦ୍ଦ କରିଛନ୍ତି କୋଲକତା ମାଜିଷ୍ଟ୍ରେଟ୍‌ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି କୋଲକତାର ଏକ ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ ।

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଜାରି ହୋଇଥିବା ଆରେଷ୍ଟ ଓ୍ଵାରେଣ୍ଟକୁ ରଦ୍ଦ କରିଛନ୍ତି କୋଲକତା ମାଜିଷ୍ଟ୍ରେଟ୍‌ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି କୋଲକତାର ଏକ ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଅଭିନେତ୍ରୀଙ୍କ ନାମରେ ମାମଲା ରୁଜୁ କରିଥିଲା ।

ଖବର ମୁତାବକ, ଏହି ମାମଲାରେ ପଚରାଉଚରା ପାଇଁ ମଧ୍ୟ ଜରିନ ଥାନାରେ ହାଜର ହୋଇନଥିଲେ । ଜରିନ ପଶ୍ଚିମବଙ୍ଗର ୨୪ ପ୍ରଗଣାକୁ ମଧ୍ୟ ମିସ୍ କରିଥିଲେ । ମାମଲା ଦାଏର ହେବା ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ଜରିନଙ୍କୁ କୋଲକତାର ସିୟାଲଦହ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଜରିନ ହାଜର ହୋଇନଥିଲେ ।

ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତାଙ୍କୁ ମିଛ କହିଥିଲା । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଲୋକପ୍ରିୟ ମନ୍ତ୍ରୀ ଉପସ୍ଥିତ ରହିବା କଥା କମ୍ପାନୀ ତାଙ୍କୁ କହିଥିଲା । କିନ୍ତୁ ଏହା ଉତ୍ତର କୋଲକତାର ଛୋଟ କାର୍ଯ୍ୟକ୍ରମ ରହିଥିଲା ବୋଲି ଜରିନ ଜାଣିବାକୁ ପାଇଥିଲେ ।

ଜରିନ ବାରମ୍ବାର ଅଦାଲତରେ ହାଜର ନ ହେବାରୁ କୋଲକତା ଅଦାଲତ ତାଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି । ଅଭିନେତ୍ରୀ ମଧ୍ୟ ଜାମିନ ପାଇଁ ଅପିଲ୍ କରିନାହାନ୍ତି ।

ସୂଚନାଯୋଗ୍ୟ, ଜରିନ ଖାନ ବଲିଉଡରେ ସଲମାନଙ୍କ ଫିଲ୍ମ ‘ବୀର’ରେ ଡେବ୍ୟୁ କରିଥିଲେ । ଏହା ପରେ ହାଉସଫୁଲ ୨, ହେଟ ଷ୍ଟୋରୀ ୩, ୧୯୨୧ ଏବଂ ଅକ୍ସର ୨ ଭଳି ଫିଲ୍ମରେ କାମ କରିସାରିଛନ୍ତି ଜରିନ । ବଲିଉଡରେ ତାଙ୍କୁ କ୍ୟାଟ୍ରିନାଙ୍କ ନକଲ ବୋଲି କୁହାଯାଉଥିଲା । ନିଜର ଲୁକ୍ ଏବଂ ବ୍ୟକ୍ତିତ୍ୱରେ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି ଜରିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.