ଜିରୋ ଡିଗ୍ରୀ ତାପମାତ୍ରାରେ ସାମାଜିକ ଦୂରତା ରଖି ଯୋଗଭ୍ୟାସ କଲେ ଆଇଟିବିପି ଯବାନ

ଲଦାଖରେ ଯୋଗଭ୍ୟାସ କରିଛନ୍ତି ଆଇଟିବିପି ଯବାନ। ଜିରୋ ଡିଗ୍ରୀ ତାପମାତ୍ରାରେ ସାମାଜିକ ଦୂରତା ସହ ୧୮ ହଜାର ଫୁଟ ଉପରେ ବସି ଯୋଗାସନ କରିଛନ୍ତି ଆଟିବିପି ଯବାନ ମାନେ । ଅନ୍ୟ ପକ୍ଷରେ ଆଜିର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ପ୍ରତିବର୍ଷ ଜୁନ୍‌ ମାସ ୨୧ ତାରିଖକୁ “ଅନ୍ତର୍ଜାତୀୟ ଯୋଗ ଦିବସ” ଭାବେ ପାଳନ କରାଯାଇଥାଏ । ସେପଟେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକବୀ ଯୋଗଭ୍ୟାସ କରିଛନ୍ତି।

ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ସହ ମିଶି ସେ ଯୋଗଭ୍ୟାସ କରିଥିବା ଜଣାଯାଇଛି । ଚଳିତ ବର୍ଷର ଏହି ଦିବସ ପାଇଁ ଥିମ୍‌ ରହିଛି ‘ୟୋଗା ଫର୍‌ ହେଲ୍‌ଥ-ୟୋଗା ଆଟ୍‌ ହୋମ୍‌’ ଅର୍ଥାତ୍‌ “ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ କରନ୍ତୁ” । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ବିଶ୍ୱସ୍ତରରେ ଯେତେଦୂର ସମ୍ଭବ ସାମାଜିକ ଦୂରତା ପାଳିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.