ସୀମାନ୍ତରେ ଉତ୍ତେଜନା ଜାରି , ଜମ୍ମୁ-କାଶ୍ମୀର ସାମ୍ବା ସେକ୍ଟରରେ ଆଜି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା

କେନ୍ୟୁଜ୍ : ବାଲାକୋଟ ସମେତ ୩ଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡାକୁ ଆକାଶ ମାର୍ଗରୁ ବୋମାମାଡ଼ କରି ଛାରଖାର କରିବା ପରେ ଭାରତ-ପାକିସ୍ତାନ ସୀମାରେ ଜାରି ରହିଛି ଉତ୍ତେଜନା । ଆଜି ଜାମ୍ମୁକାଶ୍ମୀର ସାମ୍ବା ସେକ୍ଟରରେ ସମସ୍ତ ସରକାରୀ ଓ ବେସରାକାରୀ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ସୀମାରେ ପରିସ୍ଥିତି ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳ, ସ୍ଥଳ ଓ ବାୟୁସେନା ମୁଖ୍ୟଙ୍କ ସହ ଦୁଇ ଘଣ୍ଟାର ମାରାଥନ ବୈଠକ ପରେ ଯେ କୌଣସି କାର‌୍ୟ୍ୟାନୁଷ୍ଠାନ ପାଇଁ ସେନାକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି ।

ଗତକାଲି ଆକାଶମାର୍ଗରେ ଦୁଇ ଦେଶର ବାୟୁସେନା ମୁହାଁମୁହିଁ ହୋଇଥିଲେ । ଭାରତର ବାୟୁସୀମା ପାର କରିଥିଲା ପାକିସ୍ତାନର ତିନିଟି F-16 ଯୁଦ୍ଧ ବିମାନ । ସତର୍କ ରହିଥିଲା ଭାରତ। ପାକ୍‌ ବିମାନକୁ ଘଉଡ଼ାଇ ଦେଇଥିଲା ସେନା । ପ୍ରତି ଆକ୍ରମଣ ବି କରିଥିଲେ। ତେବେ ପାକିସ୍ତାନ ଦାବି କରିଛି, ଭାରତର ଦୁଇଟି ବିମାନକୁ ଖସାଇ ଦେଇଛି। ଜଣେ ପାଇଲଟଙ୍କୁ ଗିରଫ କରିଛି । F-16 ବିମାନକୁ ଖସାଇବା କଥା ମିଛ ବୋଲି କହିଛି ପାକିସ୍ତାନ । ଏପଟେ ପାକ୍‌ କବଜାରେ ଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସୁରକ୍ଷିତ ଭାବେ ଫେରିବା ବାଟକୁ ଚାହିଁ ବସିଛନ୍ତି ସାରା ଦେଶବାସୀ । ସହିପରି ପାକିସ୍ତାନ ଡେପୁଟି ହାଇକମିଶନରଙ୍କୁ ସମନ୍‌ କରିଥିଲା ବୈଦେଶିକ ମନ୍ତ୍ରାଳୟ।

Leave A Reply

Your email address will not be published.