Below header

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ , ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ କରିବେ ଶୁଭାରମ୍ଭ

ଗଞ୍ଜାମ(କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ । ପ୍ରଥମେ ଗଞ୍ଜାମ ଯିବେ ନବୀନ । ଗୋପାଳପୁର ପୋର୍ଟରେ ଦ୍ୱିତୀୟ ବର୍ଥକୁ ଉଦଘାଟନ କରିବେ । ଏହାପରେ ଶେରଗଡରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାପରେ ସାନଖେମୁଣ୍ଡିରେ ନିର୍ମାଣ ଶ୍ରମିକଙ୍କୁ ବିିଭିନ୍ନ ଯୋଜନାରେ ସରକାରୀ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଶେରଗଡରେ ୨୦୦ କୋଟି, ସାନଖେମୁଣ୍ଡିରେ ୧୦ କୋଟି ଟଙ୍କାର ପ୍ରକଳ୍ପ ସହ ଗୋପାଳପୁରରେ ଥିବା ଦ୍ୱିତୀୟ ବର୍ଥ ପ୍ରାୟ ୧୪ ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗଞ୍ଜାମ ପରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ :

ଗଞ୍ଜାମ ପରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧାରେ ଆୟୋଜିତ ଜଲ୍ଲା ସ୍ତରୀୟ କାଳିଆ ସମାବେଶରେ ଯୋଗ ଦେବା ସହ ୫୮୨ କୋଟି ଟଙ୍କାର ୮୪୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.