Below header

JDU ବିଧାୟକ ମେୱାଲାଲ ଚୌଧୁରୀଙ୍କ ପରଲୋକ, କରୋନାରେ ସଂକ୍ରମିତ ହେବା ପରେ ହସପିଟାଲରେ ହୋଇଥିଲେ ଭର୍ତ୍ତି

କରୋନା ମହାମାରୀ ପୁଣି ଆତଙ୍କ ଦେଖାଇଲାଣି। ଅନେକ ଜୀବନ ନେଉଛି ମହାମାରୀ । ଏବେ ଏହି ଭାଇରସର ଶିକାର ହୋଇଛନ୍ତି ବିହାର ପାଟଣାର ଜେଡିୟୁ ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ଡାକ୍ତର ମେୱାଲାଲ ଚୌଧୁରୀ। ୩ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । ପଜିଟିଭ ଚିହ୍ନଟ ହେବା ପରେ ଜେଡିୟୁ ବିଧାୟକ ନିକଟସ୍ଥ ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ମେୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ଜେଡିୟୁ ବିଧାୟକ ଥିଲେ । ତାଙ୍କ ମୃତ୍ଯୁରେ ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି।

ବିହାର ବିଧାନସଭା ନିର୍ବାଚନ ସମୟରେ ୨୦୨୦ରେ ତାରାପୁର ସିଟ୍ ଜିତିବା ପରେ ଜେଡିୟୁ ନେତାକୁ ମୁଖ୍ଯମନ୍ତ୍ରୀ ନୀତିଶ କୁମାର କ୍ଯାବିନେଟରେ ସ୍ଥାନ ଦେଇଥିଲେ। ଯେତେବେଳେ ସେ ଶିକ୍ଷାମନ୍ତ୍ରୀ ହୋଇଥିଲେ ଅନେକ ବିବାଦରେ ଫସିଥିଲେ। ତେଣୁ ଶିକ୍ଷାମନ୍ତ୍ରୀ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ସେ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ଦେଶରେ କରୋନା ୨ୟ ଲହରରେ ସାଂଘାତିକ ହେବାରେ ଲାଗିଛି । ତେବେ ବିହାରରେ ମଧ୍ୟ କିଛି ଦିନ ହେବ ସଂକମ୍ରିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ କରୋନାର ନୂଆ ନୂଆ ରେକର୍ଡ ବାହାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.