ଟେନ୍‌ସନ୍‌ ବଢାଇବେ କି କୁମ୍ଭମେଳା ଫେରନ୍ତା? ଓଡ଼ିଶାରୁ ଯାଇଥିଲେ ପ୍ରାୟ ୪ ଶହ ଲୋକ, ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଟେନ୍‌ସନ୍‌ ବଢାଇବେ କି କୁମ୍ଭମେଳା ଫେରନ୍ତା ? ଓଡ଼ିଶାରୁ କୁମ୍ଭ ମେଳାକୁ ଯାଇଥିଲେ ପ୍ରାୟ ୪ ଶହ ଲୋକ । ରାଜ୍ୟର ବିଭିନ୍ନ ସ୍ଥାନରୁ କୁମ୍ଭମେଳାକୁ ଯାଇଛନ୍ତି ଲୋକେ । କୁମ୍ଭମେଳାରୁ କରୋନା ସଂକ୍ରମଣ ବଢୁଥିବାରୁ ଆଉ ସମାବେଶ ହେବନି । ତେଣୁ କୁମ୍ଭମେଳାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ ଘରକୁ ଫେରୁଛନ୍ତି । ଗଞ୍ଜାମକୁ ୨୫ଟି ପରିବାର ଫେରିଛନ୍ତି । ବ୍ରହ୍ମପୁରରେ ଅଛନ୍ତି ୮ ପରିବାର ।

ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମାନେ ଟ୍ରେନ୍‌ରେ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ । ଷ୍ଟେସନ୍‌ରେ ସ୍କ୍ରିନିଂ ପରେ ପଞ୍ଜିକରଣ କରାଯାଇଥିଲା । ସ୍କ୍ରିନିଂ ସମୟରେ ଏହି ପରିବାର କୁମ୍ଭମେଳାରୁ ଫେରିଥିବା ଜଣାପଡ଼ିଛି । ସେହିପରି ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଶା ଫେରିବା ଆରମ୍ଭ କଲେଣି । ହଜାର ହଜାର ପ୍ରବାସୀ ଓଡ଼ିଶା ଆସିବାକୁ ଲାଗିଛନ୍ତି । ଯାହାକୁ ନେଇ ଟେନ୍‌ସନ୍‌ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.