ବିଜେପିର ମଙ୍ଗ ଧରିଲେ ଜେ.ପି ନଡ୍ଡା, ବିଧିବଦ୍ଧ ଭାବରେ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ କଲେ ଦାୟିତ୍ୱ ଗ୍ରହଣ

କେନ୍ୟୁଜ୍(ବ୍ୟୁରୋ): ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜେ. ପି. ନଡ୍ଡା ଧରିଲେ ମଙ୍ଗ । ଆଜି ବିଧିବଦ୍ଧ ଭାବରେ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସଭାପତି ଅମିତ ଶାହା ତାଙ୍କ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ନିର୍ଦ୍ୱନ୍ଦ୍ୱରେ ସେ ସଭାପତି ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ ଜେ. ପି. ନଡ୍ଡା । ନୂଆ ଅଧ୍ୟକ୍ଷଙ୍କୁ ବିଜେପି ନେତା ଓ କର୍ମୀ ଅଭିନନ୍ଦନ ଜଣାଇଛନ୍ତି । ଆଉ କିଛି ସମୟ ପରେ ନୂଆ ବିଜେପି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ ଜାନୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଅମିତ ଶାହା ୨୦୧୪ରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ଲୋକସଭା ନିର୍ବାଚନକୁ ଦେଖି ତାଙ୍କୁ ପଦରେ ରହିବାକୁ ଦଳ ଅନୁରୋଧ କରିଥିଲା ।

 

Leave A Reply

Your email address will not be published.