Below header

ଜାଣନ୍ତୁ ଆଖି ଡେଇଁଲେ ଆପଣଙ୍କ ଭବିଷ୍ୟତ ଉପରେ କଣ ପଡିଥାଏ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଶରୀରର ପ୍ରତି ଅଙ୍ଗ ଆମ ଭବିଷ୍ୟ ସମ୍ପର୍କରେ ସୂଚନା ଦେଇଥାଏ । ଯେମିତି ଜ୍ୟୋତିଷ ମାନେ ଆମ ହାତ କିମ୍ବା ପାଦ ଦେଖି ଭବିଷ୍ୟତ ସମ୍ପର୍କରେ ସୂଚନା ଦିଅନ୍ତି । ଠିକ ସେହି ପରି ଆଖି ଡେଇଁବା ମଧ୍ୟ ଆମ ଭବିଷ୍ୟତର ଭଲ ଓ ଖରାପ ସମୟ ପ୍ରତି ଇଶାରା କରିଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ଆଖି ଡେଇଁବାର ସମ୍ବନ୍ଧ ଆମ ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ ଅଛି । ତେବେ ଆସନ୍ତୁ ଜାଣିବା ଆଖିର କେଉଁ ଅଂଶ କେତେବେଳେ ଡେଇଁବା କେଉଁ ଦିଗ ପ୍ରତି ସୂଚନା ଦେଇଥାଏ ।

eye flick

ଡାହାଣ ଆଖି ଡେଇଁଲେ:

ଅଧିକାଂଶ ଲୋକ ଡାହାଣ ଆଖି ଡେଇଁବାକୁ ଶୁଭ ସଂକେତ ଭାବେ ଧରିଥାନ୍ତି । କିନ୍ତୁ ଅନ୍ୟପକ୍ଷରେ ପୁରୁଷଙ୍କ ଡାହାଣ ଆଖି ଡେଇଁବାକୁ ଶୁଭ ଧରାଯାଉଥିବା ବେଳେ ମହିଳାଙ୍କ ପାଇଁ ଅଶୁଭ ଧରାଯାଇଥାଏ ।

ବାଁ ଆଖି ଡେଇଁଲେ;

ବାଁ ଆଖି ଡେଇଁବାକୁ ମହିଳାଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ଭାବେ ଧରାଯାଇଥାଏ । ଏହା ଦ୍ୱାରା ମହିଳାଙ୍କୁ ଖୁବ ପରିମାଣରେ ସୁନା ରୂପ ଗହଣା ମିଳିଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ । ଯେବେକି ପୁରୁଷଙ୍କ କ୍ଷେତ୍ରରେ ଏହାକୁ ଅଶୁଭ ଧରାଯାଏ । କୁହାଯାଏ କି ଭବିଷ୍ୟତରେ ଜଣେ ପୁରୁଣା ଶତ୍ରୁ ତାଙ୍କ ଉପରେ ନିଶ୍ଚିତ ରୂପେ ପ୍ରତିଶୋଧ ନେବା ନେଇ ଆକ୍ରମଣ କରିବେ । ଏହା ସହ ତାଙ୍କୁ ଆର୍ଥିକ ସଙ୍କଟର ସାମ୍ନା ମଧ୍ୟ କରିବାକୁ ପଡିବ ।

eye flick

ଆଖି ପଲକ ଡେଇଁବା:

ବେଳେ ବେଳେ ଅନୁଭବ ହୁଏ ଆମ ଆଖିର ଆଇ-ବ୍ରୋ ମଧ୍ୟ ଫରକି ଥାଏ । ଏହାକୁ ପୁରୁଷଙ୍କ ପାଇଁ ଶୁଭ ଧରାଯାଉଥିବା ବେଳେ ଭବିଷ୍ୟତରେ ତାଙ୍କୁ ଧନ ପ୍ରାପ୍ତି ହେବ ବୋଲି ବିଶ୍ୱାସ କରାଯାଏ ।

କେମିତି ଅଟକାଇବେ ଆଖି ଡେଇଁବା;

– ନିଜ ଆଖିକୁ ଜୋରରେ ଝପକାନ୍ତୁ

– ନିଜ ପଲକର ନିୟମିତ ଭାବେ ମାଲିସ କରନ୍ତୁ

eye

– ୩୦ ସେକେଣ୍ଡ ପାଇଁ ନିଜ ଆଖି ଝପକାନ୍ତୁ

– କିଛି ସମୟ ପାଇଁ ନିଜ ଆଖି ବନ୍ଦ କରି ଆରାମରେ ବସିଯାନ୍ତୁ

-ପଜିଟିଭ ଚିନ୍ତା କରନ୍ତୁ

– ଥଣ୍ଡା ପାଣିରେ ଆଖି ଧୁଅନ୍ତୁ

– ଗରିବଙ୍କ ମଧ୍ୟରେ ଖାଦ୍ୟ ବାଣ୍ଟନ୍ତୁ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.