ଡ୍ରଗସ୍‌ ନେଉଥିବା ସ୍ୱୀକାର କଲେ ଜୁନିୟର ଖାନ୍‌: ଫୋନରୁ ଆପତ୍ତିଜନକ ତଥ୍ୟ ଜବତ, ବ୍ୟବହାର କରୁଥିଲେ ସାଙ୍କେତିକ ଭାଷା

ମୁମ୍ବାଇ(କେନ୍ଯୁଜ୍): ଡ୍ରଗ୍ସ ପାର୍ଟିରେ ଚଢାଉ ପରେ ଏନସିବିର ଖୋଳତାଡ । ଶାହରୁଖଙ୍କ ବାସଭବନ ମନ୍ନତରେ ପହଞ୍ଚିପାରେ ଏନସିବି । ଶାହାରୁଖଙ୍କ ଘରେ ହୋଇପାରେ ତଲାସି । ନିୟମ ଅନସାରେ ଗିରଫ ହେବା ପରେ ଅଭିଯୁକ୍ତଙ୍କ ଘରେ ଯାଞ୍ଚ କରାଯାଇଥାଏ । ତେଣୁ ଡ୍ରଗ୍ସ ଲିଙ୍କ ମାମଲାରେ ଅଧିକ ଖୋଳତାଡ ପାଇଁ ଏନସିବି ମନ୍ନତରେ ସର୍ଚ୍ଚ ଅପରେସନ କରିପାରେ ।

ଏପଟେ ଜୁନିଅର କିଙ୍ଗ ଖାନଙ୍କୁ ମିଳିଲାନି ଆଶ୍ୱସ୍ତି । କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ଏନସିବି ହେପାଜତ ମିଆଦ ବଢ଼ିଛି । ଆର୍ଯ୍ୟନଙ୍କୁ ୭ ତାରିଖ ଯାଏ କଷ୍ଟୋଡିରେ ନେଇ ପଚରାଉଚରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଡ୍ରଗସ୍‌ ନେଉଥିବା ସ୍ୱୀକାର କରିଛନ୍ତି ଜୁନିୟର ଖାନ୍‌ । ଆର୍ଯ୍ୟନଙ୍କ ଫୋନରୁ ଆପତ୍ତିଜନକ ତଥ୍ୟ ଜବତ ହୋଇଛି । ଡ୍ରଗସ୍‌ ପାଇଁ ବ୍ୟବହାର କରୁଥିଲେ ସାଙ୍କେତିକ ଭାଷା । ନିଶା ବ୍ୟବସାୟୀଙ୍କ ସହ ସମ୍ପର୍କରେ ଥିଲେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.