Below header

ଭଗବାନ ଦେଲେ ନିଷ୍ଠାର ଫଳ, ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି

ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି । ମଧ୍ୟପ୍ରଦେଶ ଇନ୍ଦୋରର ୨୬ ବର୍ଷୀୟ ଚେତନ ସିଭିଲ ଜଜ୍‌ କ୍ଲାସ-ଟୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ ନମ୍ବର ର‍୍ୟାଙ୍କରେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେତନଙ୍କ ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋର ଜିଲ୍ଲା କୋର୍ଟରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କ ଜେଜେ ବାପା ମଧ୍ୟ କୋର୍ଟରେ ଜଗୁଆଳି ଭାବେ କାମ କରୁଥିଲେ। ଇନ୍ଦୋରର ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ ଚେତନ୍‌। ଚେତନଙ୍କ ବାପାଙ୍କ ସ୍ୱପ୍ନ ଥିଲା, ସେ ବିଚାରପତି ହୁଅନ୍ତୁ। ବାପାଙ୍କ ସ୍ୱପ୍ନ ସାକାର କରିବାକୁ ସେ କଠିନ ପରିଶ୍ରମ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.