Below header

ଯବାନମାନଙ୍କ ମନୋବଳ ବଢାଇବା ପାଇଁ ଭିନ୍ନ ପ୍ରୟାସ, ଭାରତ-ପାକ୍‌ ସୀମାରେ ଗଣେଶ ପୂଜା କରିବେ ଏହି ବ୍ୟକ୍ତି,

ଆଗକୁ ଗଣେଶ ପୂଜା। ଏନେଇ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଜାରରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହେଲାଣି। ଜାମ୍ମୁ କାଶ୍ମୀର ପୁଛଂ ଜିଲ୍ଲାରେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପୁଛଂ ନିବାସୀ କିରଣ ଇସର ଏବେ ମୁମ୍ବାଇରେ ରହୁଛନ୍ତି। ସେ ଗଣେଶଙ୍କ ୩ଟି ମୂର୍ତ୍ତି କିଣିଛନ୍ତି। ଏଥିମଧ୍ୟରେ ରହିଛି ୬.୫ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି । ଏହାକୁ ସେ ଭାରତ-ପାକ୍‌ ସୀମାରେ ରଖି ପୂଜା କରିବେ। ଅନ୍ୟ ଦୁଇଟି ମୂର୍ତ୍ତିକୁ ପୁଛଂର ମରାଠା ରେଜିମେଣ୍ଟରେ ରଖାଯିବ ବୋଲି କହିଛନ୍ତି କିରଣ। ପ୍ରାୟ ୧୦ ବର୍ଷ ହେବ ଯବାନମାନଙ୍କ ମନୋବଳ ବଢାଇବା ଓ ନାଗରିକମାନଙ୍କ ମଧ୍ୟରେ ସଦଭାବନା ଜାଗ୍ରତ କରିବାକୁ ସେ ଏପରି କରୁଥିବା କହିଛନ୍ତି କିରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.