Below header

ଆଜି ଧରାପଡ଼ିଛି ୮ ପୋଲିସଙ୍କ ହତ୍ୟାକାରୀ ବିକାଶ ଦୁବେ, ଜାଣନ୍ତୁ ପ୍ରକୃତରେ କିଏ ଏହି ବ୍ୟକ୍ତି ଯାହାକୁ ପାଗଳ ଭଳି ଖୋଜୁଥିଲା ପୋଲିସ

କାନପୁରର ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଆଜି ପୋଲିସ ହାତରେ ଧରାପଡିଛି। କାନପୁର ସୁଟ୍‌ଆଉଟ୍‌ର ମୋଷ୍ଟ ଓ୍ଵାଣ୍ଟେଡ୍‌ ବିକାଶକୁ ଆଜି ମଧ୍ୟପ୍ରଦେଶ ପୋଲିସ୍‌ ଉଜ୍ଜୟିନୀରୁ ଗିରଫ କରିଛି। ପୋଲିସ୍‌ କହିଛି ଯେ ବିକାଶ ପ୍ରସିଦ୍ଧ ମହାକଳେଶ୍ୱର ମନ୍ଦିରକୁ ଯିବା ପାଇଁ ଟିକେଟ୍‌ କାଟିବା ପରେ ନିଜକୁ ସରେଣ୍ଡର କରିଥିଲା। ପୋଲିସ୍‌ ତାକୁ ଧରିବା ପରେ ସେ ଚିତ୍କାର କରି କହିଥିଲା ‘ମୁଁ ବିକାଶ ଦୁବେ, ହଁ ମୁଁ ବିକାଶ ଦୁବେ’।

Full story from the kanpur encounter to the arrest of Vikas Dubey ...

ରିପୋର୍ଟ ମୁତାବକ, ନିଜ ସରେଣ୍ଡର ପାଇଁ ବିକାଶ ପୂର୍ବରୁ ଯୋଜନା କରି ସାରିଥିଲା। ତେଣୁ ପ୍ରଥମେ ସ୍ଥାନୀୟ ଗଣମାଧ୍ୟମକୁ ଖବର ଦେଇଥିଲା। ଗଣମାଧ୍ୟମ ପ୍ରତିନିଧି ମହାକାଳେଶ୍ୱର ମନ୍ଦିର ପାଖରେ ପହଞ୍ଚିବା ପରେ ସେ ମନ୍ଦିର ଆଗରେ ଠିଆ ହୋଇ ଚିତ୍କାର କରି କହିଥିଲା ‘ମୁଁ କାନପୁରର ବିକାଶ ଦୁବେ’। ତା ପରେ ସ୍ଥାନୀୟ ପୋଲିସ୍‌ ଆଗରେ ଆତ୍ମସମର୍ପଣ କରିଥିଲା। କୁହାଯାଉଛି ଯେ ଏନ୍‌କାଉଣ୍ଟର ଭୟରେ ସେ ନିଜର ପରିଚୟ ଦେଇ ସରେଣ୍ଡର କରିଛି। ପରେ ସ୍ଥାନୀୟ ପୋଲିସ୍‌ ଉତ୍ତର ପ୍ରଦେଶ ପୋଲିସ୍‌କୁ ଖବର ଦେଇଥିଲା ଓ ଏସ୍‌ଟିଏଫ୍‌ ଟିମ୍‌ ଆସି ବିକାଶକୁ ନେଇଥିଲେ।

Vikas Dubey gang-ravaged by Up police action 3 killed and 4 ...

ତେବେ ଆସନ୍ତୁ ଜାଣିବା କିଏ ଏହି ବିକାଶ ଦୁବେ…

ଗତ ୨ ତାରିଖ ରାତିରେ କାନପୁରରେ ୮ ଜଣ ପୋଲିସ୍‌ କର୍ମଚାରୀଙ୍କୁ ହତ୍ୟା କରି ବିକାଶ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯିବା ସହ ପୂରା ଉତ୍ତର ପ୍ରଦେଶ ପୋଲିସ୍‌ ତାକୁ ଖୋଜିବାରେ ଲାଗିପଡ଼ିଥିଲେ। ଇତି ମଧ୍ୟରେ ବିକାଶର ଏକାଧିକ ସହଯୋଗୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ଥିଲା। ତାର ଘରକୁ ମଧ୍ୟ ମାଟିରେ ମିଶାଇ ଦେଇଥିଲା । ବିକାଶର ଘର କାନ୍ଥରୁ ବିପୁଳ ପରିମାଣର ବିସ୍ଫୋରକ ମିଳିଥିଲା। ୫୦ରୁ ଅଧିକ ପୋଲିସ୍‌ ଟିମ୍‌ ତାକୁ ଧରିବାକୁ ଜଗିଥିଲେ । ତଥାପି ପୋଲିସ୍‌ ଆଖିରେ ଧୂଳି ଦେଇ ବିକାଶ ଉତ୍ତର ପ୍ରଦେଶରୁ ମଧ୍ୟପ୍ରଦେଶକୁ ଖସି ପଳାଇଥିଲା। ଫରିଦାବାଦରୁ ଉଜ୍ଜୟିନୀ ପ୍ରାୟ ୭୦୦ କିଲୋମିଟର ପାର ହୋଇ ସେ ନିଜକୁ ବଞ୍ଚାଇବା ପାଇଁ ମହାକାଳେଶ୍ୱରଙ୍କ ନିକଟରେ ଶରଣ ପଶିଥିଲା। ସୂଚନାଯୋଗ୍ୟ ଯେ ୮ ଜଣ ପୋଲିସ୍‌ଙ୍କୁ ହତ୍ୟା କରିବା ପରେ ବିକାଶ ଦୁବେ ପାଇଁ ତା ମା’ର ବାର୍ତ୍ତା ଥିଲା ‘ତାକୁ ଏନ୍‌କାଉଣ୍ଟର କରି ମାରିଦିଅ’।

UP: विकास दुबे के करीबी अमर दुबे का ...

ଯୁବା ଅବସ୍ଥାରେ ପାଠ ପଢ଼ିଲା ବେଳଠୁ ହିଁ ବିକାଶ ଅପରାଧ ଦୁନିଆରେ ପାଦ ଦେଇଥିଲା । କାନପୁରର ଶାସ୍ତ୍ରୀ ନଗରରେ ତାର ପିଉସୀ ଘରେ ରହି ପଢ଼ିବା ବେଳେ ଛୋଟମୋଟ ଅପରାଧ ଆରମ୍ଭ କରିଥିଲା। ତା ପରେ ଏୟାର ଫୋର୍ସର ଜଣେ ଅଧିକାରୀଙ୍କ ଝିଅ ରିଚାକୁ ଭଲ ପାଇ ତାକୁ ଘରୁ ନେଇ ପଳାଇ ଆସିଲା । ଦୁହେଁ ୧୯୯୭ରେ ବିବାହ କରିଥିଲେ । ରିଚା, ବିକାଶକୁ ବହୁତ ଭଲ ପାଉଥିଲା । ତେଣୁ ତାର ସବୁ ଅପରାଧକୁ ମାଫ୍‌ କରି ଦେଉଥିଲା । ରିଚାର ଭାଉଜଙ୍କ କହିବାନୁସାରେ ତାଙ୍କ ସ୍ୱାମୀ ରାଜୁ ନିଗମ ବା ବିକାଶର ଶଳା, ଦୁହେଁ ନିବିଡ଼ ବନ୍ଧୁ ଥିଲେ ଏବଂ ମିଳିମିିଶି ଅନେକ ଅପରାଧ ଘଟାଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ରାଜୁ ତା ଠାରୁ ଦୂରେଇ ଗଲା ଓ ନିଜର ସ୍ୱତନ୍ତ୍ର ଅପରାଧ ସାମ୍ରାଜ୍ୟ ତିଆରି କଲା । ଏବେ ପୋଲିସ୍‌ ତାହାକୁ ଧ୍ୱଂସ କରିଦେଇଛି।

vikas dubey wife richa: शिवली कांड के बाद विकास ...

ଗତ ୧୫ ବର୍ଷ ହେଲା ବିକାଶ ଉତ୍ତର ପ୍ରଦେଶରେ ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା । ଉଭୟ ପୋଲିସ୍‌ ଓ ରାଜନେତାଙ୍କ ସହ ତାର ସମ୍ପର୍କ ଥିଲା । ତେଣୁ ସେ ଯେତେବେଳେ ବି କିଛି କାଣ୍ଡ କରେ ତାକୁ ଧରିବାରେ ପୋଲିସ୍‌ ବିଫଳ ହୁଏ। କାରଣ ପୋଲିସ୍‌ ତା ଘରେ ପହଞ୍ଚିବା ପୂର୍ବରୁ ସେ ଖବର ପାଇ ଫେରାର ହୋଇଯାଏ। ତେଣୁ ଏବେ ପ୍ରାୟ ୨୦୦ ପୋଲିସ୍‌ କର୍ମଚାରୀଙ୍କୁ ବିକାଶ ସହ ଲିଙ୍କ୍‌ ନେଇ ଜେରା କରାଯାଉଛି। ଏଥିରୁ ସହଜରେ ବୁଝାପଡୁଛି ପୋଲିସ୍‌ ଓ ଦୁର୍ଦ୍ଦାନ୍ତ ଅପରାଧୀ ଭିତରେ ଥିଲା କିଭଳି ମଧୁଚନ୍ଦ୍ରିକା।

Vikas Dubey Kanpur Encounter News: Vikas Dubey Became Enemy Of ...

ବିଜେପି ନେତା ତଥା ଉତ୍ତର ପ୍ରଦେଶର ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କ ହତ୍ୟା ପଛରେ ବିକାଶର ହାତ ଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟା ଘଟଣାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବା ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ମଧ୍ୟ କୋର୍ଟରେ ବୟାନ୍‌ ଦେଲେ ଯେ ସେମାନେ କିଛି ଜାଣି ନାହାନ୍ତି। ତେଣୁ ଶୁକ୍ଳାଙ୍କୁ କିଏ ହତ୍ୟା କଲା ତାହା ଜଣାପଡ଼ିଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.