Below header

କଣ ଏହି ଡିପ୍ରେସନ ଯାହା ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଲୋକେ କରନ୍ତି ଆତ୍ମହତ୍ୟା, ଜାଣନ୍ତୁ ଏଥିରୁ ମୁକୁଳିବାର ଉପାୟ

ପ୍ରତ୍ୟକ ମଣିଷ କିଛି ନା କିଛି ସମୟ ପାଇଁ ଦୁଃଖୀ ନିଶ୍ଚିତ ହୁଏ। ହେଲେ ଅବସାଦ ଦୁଃଖ ଠାରୁ ବହୁତ ଅଧିକା ଦୁଃଖଦ। ଏଇ ଅବସାଦ ପାଇଁ ଲୋକଙ୍କ ଜୀବନ ବଦଳିଯାଏ। ଏମିତିକି ଲୋକ ଜୀବନରୁ ସ୍ପୃହା କମାଇ ଦିଅନ୍ତି। ନୀତି ଦିନିଆ କାର୍ଯ୍ୟକ୍ରମରେ ମନ ଲାଗେନି। ନିଜ ପସନ୍ଦର ଜିନିଷ ପ୍ରତି ଲୋଭ ରୁହେନି।  ଆଜି ଆମେ ଆପଣଙ୍କୁ କହିବୁ ଦିପ୍ରେସନ ପ୍ରକୃତରେ କଣ?

ଆଜିଯାଏଁ ଏହା ସ୍ପଷ୍ଟରୁପେ କୁହାଯାଇନି କି ଅବସାଦ କେଉଁ କାରଣରୁ ହୁଏ କିନ୍ତୁ ଏଥିରେ ଅନେକ ଜିନିଷ ଯୋଡି ହୋଇ ରହିଥାଏ ବୋଲି ଅନୁମାନ କରାଯାଏ। ଜୀବନର ଅନେକ ମହତ୍ତ୍ୱପୂର୍ଣ୍ଣ ସମୟ। ଯେମିତିକି କୌଣସି ଆତ୍ମୀୟଙ୍କ ମୃତ୍ୟୁ, ଚାକିରୀ ଚାଲିଯିବା, ବୈବାହିକ ଜୀବନରେ ଅଶାନ୍ତି, ପାଠରେ ମନନଲାଗିବା, ପ୍ରେମ ଭାଙ୍ଗିଯିବା ବା ଏଭଳି କିଛି ଘଟଣା ଯାହା ହୃଦୟ ଏବଂ ମସ୍ତିଷ୍କକୁ ଦୋହଲାଇ ଦିଏ ସେଥିପାଇଁ ମଣିଷ ଅବସାଦଗ୍ରସ୍ତ ହୁଏ। ତା ସହ ଆପଣଙ୍କ ମନରେ ଯଦି ସବୁବେଳେ ଖରାପ ଚିନ୍ତା ଆସୁଛି ଏଥିରୁ ବି ଆପଣ ଡିପ୍ରେସନରେ ଯାଇପାରନ୍ତି। ଲୋକ ନିଜେ ନିଜେ ଚିନ୍ତା କରନ୍ତି ମୁଁ ତ ସବୁ କ୍ଷେତ୍ରରେ ବିଫଳ ହେଉଛି ମାନେ ଫେଲ ହେଉଛି । ପ୍ରକୃତରେ ଆମେ ଭୁଲି ଯାଇଥାଉ ପ୍ରତ୍ୟକ ବିଫଳତା ପରେ ହିଁ ସଫଳତା ଆସେ।

depresanକେବଳ ଏହି କାରଣ ନୁହେଁ କିଛି ମେଡ଼ିକାଲ କାରଣରୁ ବି ମଣିଷ ଡିପ୍ରେସନକୁ ଚାଲିଯାଏ । ଛି ମେଡ଼ିସିନର ସାଇଫାଇଫେକ୍ଟରେ ବି ଡିପ୍ରେସନ ହୋଇପାରେ। ଏହି ଔଷଧରେ ବ୍ଲଡ଼ ପ୍ରେସର କମ କରୁଥିବା ପ୍ରତ୍ୟଜ ମେଡ଼ିସିନ ସାମିଲ ଅଛି। ଜାଣିଛନ୍ତି ଅବସାଦ ବିନା କୌଣସି କାରଣ ଥାଇ ହୋଇପାରେ। ଧୀରେ ଧୀରେ ମଣିଷଙ୍କ ଭିତରେ ଘର କରିନିଏ ଅବସାଦ। ତା ଭିତରୁ ନବାହାରି ମଣିଷ ଅବସାଦ ସହ ହିଁ ସଂଘର୍ଷ କରିବା ଆରମ୍ଭ କରିଦିଏ। ମସ୍ତିଷ୍କରେ ଥିବା କେମିକଲସ ଡିପ୍ରେସନ ସମୟରେ ବି କିଛି ନା କିଛି କାମ କରୁଥାନ୍ତି। ଅନେକ ବିଶେଷଜ୍ଞ ମାନୁଛନ୍ତି ଅବସାଦ କେବଳ ମସ୍ତିଷ୍କରେ କୌଣସି ପ୍ରକାରର ଅସନ୍ତୁଳନ କାରଣ ପାଇଁ ହୁଏନାହିଁ ।

ଏହାର ଅନେକ ଉଦାହରଣ ବି ରହିଛି। ଯେତେବେଳେ ଲୋକଙ୍କ ପାଖରେ କୌଣସି ଚାଲେଞ୍ଜ ରଖିଦିଆ ଯାଏ ସେତେବେଳେ ସେମାନେ ଡିପ୍ରେସନକୁ ଚାଲିଯାନ୍ତି । ଯେଉଁ ପରିବାର ରେ ଅବସାଦକୁ ନେଇ ଇତିହାସ ଅଛି ସେଠାରେ ଲୋକ ଡିପ୍ରେସନ ଭିତରକୁ ଯିବାର ଆଶଙ୍କା ବହୁତଥାଏ । ଏହା ବାଦ ହର୍ମନରେ ପରିବର୍ତ୍ତନ ପାଇଁ ବି ଅବସାଦକୁ ଚାଲି ଯାଆନ୍ତି ଲୋକ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅବସାଦ ପାଇଁ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳୁଛି। କେହି ଖୁସିରେ ରହି ଅବସାଦକୁ ଯାଏନି।

depresionଏସମୟରେ ସେ ଗୀତ ମନେପଡେ, ତୁମ ଇତନା କ୍ୟୁନ ମୁସ୍କୁରା ରହେହୋ, କ୍ୟା ଗମ ହେ ଜିସକୋ ଛୁପା ରହେ ହୋ.. ସବୁ ଜୀବନ ଚମକ ଭିତରେ ବଢେନି ସିଏ କୌଣସି ସେଲିବ୍ରେଟି ହେଉ କି ସମାଜସେବୀ ସମସ୍ତେ ଦିପ୍ରେସନ ର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ସଂଖ୍ୟା କହୁଛି 70 ପ୍ରତିଶତ ଲୋକ ଭାବନ୍ତି ଆତ୍ମହତ୍ୟା କରିବାକୁ। 29 ପ୍ରତିଶତ ଲୋକ ଆଦୌ ଚିନ୍ତା କରନ୍ତିନି କେବଳ 1 ପ୍ରତିଶତ ଲୋକ ଆତ୍ମହତ୍ୟା କରିଦିଅନ୍ତି।

ଛୁଆଙ୍କ ଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ କାହାକୁ ବି ହୋଇପାରେ ଅବସାଦ। ଯଦି କାହାକୁ ଏକା ଏକା ଲାଗୁଚି,ନିଜକୁ ନିଜେ ନିନ୍ଦିବାକୁ ଇଚ୍ଛା ହେଉଛି, ଖାଇବାକୁ କି ଶୋଇବାକୁ ଇଚ୍ଛା ହେଉନି କି ହସିବାକୁ ଇଚ୍ଛା ହେଉନି ତେବେ ଜାଣି ନିଅନ୍ତୁ ଆପଣ ଅବସାଦର ଶିକାର ହୋଇଗଲେଣି। ଏମିତିରେ ଆପଣଂକୁ ଇଛା ହେବ ଏକା ରହିବା ପାଇଁ। ତା ସହ ମନ ଭିତରେ ଭୟ ରହିବ। ରାତିରେ କୁକୁର ଚୋବେଇଲେ ବି ଆପଣ ଡରିବେ। ଏହା ସଂକେତ ଦିଏ ଆପଣ ଆଗକୁ ଭୁଲ ପଦକ୍ଷେପ ନେଇ ପାରନ୍ତି।

depresionସେତେବେଳେ ଆପଣ ନିଜେ ନିଜକୁ ବଞ୍ଚାଇ ପାରିବେ। କେମିତି ନିଜକୁ ବଞ୍ଚାଇବେ। ଯାହା କରିବାକୁ ଆପଣଂକୁ ଭଲ ଲାଗେ କରନ୍ତୁ। ଯେମିତି କି ବାହାରକୁ ବୁଲିବାକୁ ଯିବା। ଘୋଡା ଚଢ଼ିବା। ବହି ପଢିବା, ବଗିଚା ତିଆରି କରିବା। ନୂଆ ନୂଆ ଫିଲ୍ମ ଦେଖିବା, ବା ଏମିତି କିଛି କାମ ଯାହା ଆପଣ କରିବାକୁ ଚାହୁଁଛନ୍ତି। ଯେଉଁଥିରୁ ଆପଣଂକୁ ଖୁସି ମିଳିବ। ଆପଣ ଯେତେ ବ୍ୟସ୍ତ ଥିଲେ ବି ନିଜପାଇଁ ସମୟ ବାହାର କରି ଏସବୁ କାର୍ଯ୍ୟ କରନ୍ତୁ।

ଏଭଳି କଲେ ଆପଣଙ୍କ ମନରୁ ଦୁଃଖ ଦୁରହେବ ଓ କିଛି ନୂଆ କଲେ ଅବସାଦ ବି ହଟିଯିବ, ଜୀବନରେ ଉତ୍ସାହ ଆସିବ। ମସ୍ତିଷ୍କକୁ ଶାନ୍ତ ରଖନ୍ତୁ। ନିଜ ଇନ୍ଦ୍ରିୟକୁ ବସ କରିନିଅନ୍ତୁ। ସାଙ୍ଗ ମାନଙ୍କ ସହ କଥା ସେୟାର କରନ୍ତୁ। ସବୁବେଳେ ପଜେଟିଭ ଚିନ୍ତା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.