ବାୟୁରୁ ବ୍ୟାପୀବ କରୋନା ! ସ୍ୱୀକାର କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବାୟୁରୁ କରୋନା ଭାଇରସ ବ୍ୟାପିପାରେ ବୋଲି ଶେଷରେ ସ୍ୱୀକାର କରିଛି  “ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ” । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ର ଟେକନିକାଲ ହେଡ଼ ମାରିଆ ବାନ କେରଖୋବ କହିଛନ୍ତିକି, ଆମେ କରୋନାର ଏୟାର ବୋର୍ଣ୍ଣ ଟ୍ରାନ୍ସମିଶନ ବା ଏୟରୋସୋଲ ଟ୍ରାନ୍ସମିଶନର ସମ୍ଭାବନାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିପାରିବୁ ନାହିଁ । ଏହା ପୂର୍ବରୁ ଡବ୍ଲୁଏଚଓ ତରଫରୁ ଦାବି କରାଯାଇଥିଲାକି କରୋନା ସଂକ୍ରମଣ ବିଶେଷ ଭାବେ ନାକ ଓ ପାଟିରୁ ହିଁ ବ୍ୟାପିଥାଏ । ଏହା ବାଦ ସଂକ୍ରମିତ ସ୍ଥାନ ଛୁଇଁବା ଦ୍ୱାରା ବି ଏହା ବ୍ୟାପିବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି । ଜେନେଭାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓର ବେନେଡେଟା ଅଳେଇଗ୍ରଏନଜି କହିଛନ୍ତିକି, କରୋନା ବାୟୁରୁ ବ୍ୟାପୁଥିବା ନେଇ ଏଯାବତ ଅନେକ ପ୍ରମାଣ ମିଳିଛି । କିନ୍ତୁ ଏଯାବତ ଆମେ କୌଣସି ରେଜଲ୍ଟରେ ପହଂଚି ପାରିନାହୁଁ । ସେ ଏହା ମଧ୍ୟ କହିଛନ୍ତିକି, ସାର୍ବଜନିକ ସ୍ଥାନ ମାନଙ୍କରେ ବାୟୁରୁ ବ୍ୟାପୁଥିବା ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇପାରିବ ନାହିଁ । ବିଶେଷ କରି ଯେଉଁ ସ୍ଥାନରେ ଭିଡ ଅଧିକ ଥିବ ଅଥବା ସ୍ଥାନଟି ସମ୍ପୂର୍ଣ୍ଣ ବନ୍ଦ ଥିବ ଓ ସେହି ସ୍ଥାନକୁ ବାୟୁ ଚଳାଚଳ ଠିକ ଭାବେ ହୋଇପାରୁ ନଥିବ ।

who new

-କହିରଖିବା ଉଚିତ ହେବକି, ନିକଟରେ ହିଁ ବିଶ୍ୱର ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦାବି କରିଥିଲେକି କରୋନା ବାୟୁ ଦ୍ୱାରା ମଧ୍ୟ ବ୍ୟାପୀ ପାରେ । ଏନେଇ ଏହି ଦେଶମାନେ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” ଓ “ସେଣ୍ଟର ଫର ଡିକିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ” (ସିଡ଼ିସି) ନିକଟକୁ ପତ୍ର ଲେଖି ଏହି ଦିଗ ଉପରେ ଦୃଷ୍ଟି ଦେବାକୁ ଅପିଲ କରିଥିଲେ ।

– ଏହି ବୈଜ୍ଞାନିକ ଦଳ ଏହା ମଧ୍ୟ କହିଛନ୍ତିକି, ନୋବେଲ କରୋନା ଭାଇରସ ବା ସାର୍ଷ କୋଭ-୨ର କ୍ଷୁଦ୍ରରୁ କ୍ଷୁଦ୍ର କଣିକା ଗୁଡିକ ଅନେକ ଘଣ୍ଟା ଧରି ବାୟୁରେ ହିଁ ବାସ କରନ୍ତି । ଯାହାଦ୍ୱାରା ଖୁବ କମ ସମୟ ମଧ୍ୟରେ ଜଣେ ସୁସ୍ଥ ଲୋକ ସଂକ୍ରମିତ ହୋଇପାରିବେ ।

– ୩୨ ଟି ଦେଶର ଦାବି ପରେ ବିଶ୍ୱବାସୀ ଡବ୍ଲୁଏଚଓର ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ସଂଗଠନ କିନ୍ତୁ ପ୍ରଥମେ ଏହି ଦାବିକୁ ଖଣ୍ଡନ କରିଥିଲା ।
ବିଶ୍ୱର ଜଣାଶୁଣା ଡାକ୍ତର ମାନେ ନିଜ ନିଜ ଭିତରେ ଅନ୍ତତଃ ୬ ଫୁଟ ସୋସିଆଲ ଡିଷ୍ଟାନସିଂ ରକ୍ଷା କରିବାକୁ ଉପଦେଶ ଦେଉଥିବା ଜଣାଯାଇଛି ।

ଅନ୍ୟପକ୍ଷରେ, ଭାରତୀୟ ଓ ଆମେରିକୀୟ ବୈଜ୍ଞାନିକଙ୍କ ଅନୁଯାୟୀ, ବାୟୁରେ ଏହି ଭାଇରସ ୮ ରୁ ୧୦ ଫୁଟ ବ୍ୟବଧାନରେ ବି ଖୁବ ସହଜରେ ଏହି ଭାଇରସ ବ୍ୟାପୀ ପାରିବ । ବିଶେଷ କରି ୫୦ ପ୍ରତିଶତ ଆଦ୍ରତା ଓ ୨୯ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରାରେ କରୋନା କଣିକା ଗୁଡିକୁ ବାୟୁରେ ଦ୍ରୁତ ଗତିରେ ବ୍ୟାପୀବାକୁ ସହଜ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.